ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ
ଧର୍ମଶାଳା,୩ଏପ୍ରିଲ(ହି.ସ.) - ନଦୀରେ ଗାଧୋଇବା ହେଲା କାଳ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟସ୍ଥ କେଲୁଅ ନଦୀରେ । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଢିଅକୁରାଶ ଗ୍ରାମର ଆସିଫ୍ ଖାଁ ବୋଲି ଜଣାପଡିଛି । ସେ ନେଉଳପୁର
ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ


ଧର୍ମଶାଳା,୩ଏପ୍ରିଲ(ହି.ସ.) - ନଦୀରେ ଗାଧୋଇବା ହେଲା କାଳ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟସ୍ଥ କେଲୁଅ ନଦୀରେ । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଢିଅକୁରାଶ ଗ୍ରାମର ଆସିଫ୍ ଖାଁ ବୋଲି ଜଣାପଡିଛି । ସେ ନେଉଳପୁର ଅଂଚଳକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । ତେବେ ସାଥୀମାନଙ୍କ ସହ ଆଜି ଅପରାହ୍ନରେ ସେ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଅସାବଧାନତା ହେତୁ ପଥର ତୁଠରେ ଗୋଡ ଖସି ଯାଇ ପାଣିରେ ବୁଡି ଯାଇଥିଲେ । ଉପସ୍ଥିତ ଥିବା ସାଂଗମାନେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପଂହଚି ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧର୍ମଶାଳା ପୁଲିସ ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖି ଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande