
ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର 2 କର୍ମଚାରୀ ଙ୍କ ଅବସର ଗ୍ରହଣ
ରାଉରକେଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ର କର୍ମଚାରୀ ପ୍ରଦୀପ ମଲ୍ଲିକ ଓ ବଣାଇ କାର୍ଯ୍ୟାଳୟର କର୍ମଚାରୀ ଅକ୍ଷୟ ବେହେରା ଆଜି ନିଜ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ରାଉରକେଲା ସ୍ଥିତ କାର୍ଯ୍ୟାଳୟ ପକ୍ଷ ରୁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା l ସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଉଭୟ କର୍ମଚାରୀକୁ କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କର ଭବିଷ୍ୟ ସୁଖମୟ ହେଉ ବୋଲି କାମନା କରିଥିଲେ I ସଭା ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ସମେତ କାର୍ଯ୍ୟାଳୟ ର ଏସଆରଏ ବିନୀତ କର , ପ୍ରାଜେକ୍ସନିଷ୍ଟ ବଦ୍ରିନାଥ, ଭମା ଆହିର, ଯୁଧିଷ୍ଠିର ତ୍ରିପାଠୀ, ସୀତା ପ୍ରଧାନ, ଏଡୱିନ ତିର୍କି ପ୍ରମୁଖ ଉପସ୍ଥତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ