କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ହିଞ୍ଜିଳି ବ୍ଲକର ପୋଚିଲିମା ରାଜ୍ୟର ଶ୍ରେଷ୍ଠ ପଂଚାୟତ ଘୋଷିତ
ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁ ସମ୍ଭବ - ବିଜେଡି ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- କେନ୍ଦ୍ର ସରକାରଙ୍କର ପଂଚାୟତିରାଜ ମନ୍ତ୍ରଣାଳୟ ତରଫରୁ ୨୦୨୩– ୨୪ ଆର୍ôଥକ ବର୍ଷ ପାଇଁ ଜାରି କରାଯାଇଥିବା ପଂଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ଅଧୀନସ୍ଥ ପ
fg


ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁ ସମ୍ଭବ - ବିଜେଡି

ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- କେନ୍ଦ୍ର ସରକାରଙ୍କର ପଂଚାୟତିରାଜ ମନ୍ତ୍ରଣାଳୟ ତରଫରୁ ୨୦୨୩–

୨୪ ଆର୍ôଥକ ବର୍ଷ ପାଇଁ ଜାରି କରାଯାଇଥିବା ପଂଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ଅଧୀନସ୍ଥ ପୋଚିଲିମା ରାଜ୍ୟର ଶ୍ରେଷ୍ଠ ଗ୍ରାମପଂଚାୟତ ମାନ୍ୟତା ପାଇଛି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପଂଚାୟତିରାଜ ବ୍ୟବସ୍ଥାରେ କିପରି ଭାବେ ସୁଚାରୁ ରୂପେ କାର୍ଯ୍ୟ ଚାଲିଥୁଲା, ତାହାର ଚିତ୍ର କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଦେଖିବାକୁ ମିଳିଛି ବୋଲି ବିଜେଡି କହିଛି ।

ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ପ୍ରଦୀପ ଅମାତ କହିଥିଲେ, ନବୀନ ସରକାରଙ୍କ ସମୟରେ ରାଜ୍ୟରେ କୌଣସି ବିକାଶ ହୋଇନାହିଁ ବୋଲି ଅଭିଯୋଗ କରି ଆସୁଥିବା ବିଜେପିର ଦାବିକୁ ଏହି ରିପୋର୍ଟ ଭୁଲ୍ ପ୍ରମାଣିତ କରୁଛି। ଅପରପକ୍ଷରେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୨ ବର୍ଷରେ ପଂଚାୟତ ସ୍ତରରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଛି । ଏପରିକି, ନବୀନ ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଖର୍ଚ୍ଚ ହୋଇ ନପାରି ପଡ଼ିରହିଛି ବୋଲି ଅଭିଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande