କଂଗ୍ରେସ ନେତା ଭବାନୀ ଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟିଲେ ମହେଶ
ଭୁବନ , 30 ଏପ୍ରିଲ୍ (ହି.ସ.) କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ସ୍ବର୍ଗତ ଭବାନୀ ଶଙ୍କର ମହାପାତ୍ର ଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ସାଂସଦ ମହେଶ ସାହୁ। ପୂର୍ବତନ ସାଂସଦ ଶ୍ରୀ ସାହୁ ଆଜି ଏକ ଦିନିକିଆ ଗସ୍ତରେ ଭୁବନ ଆସି ବିଜେଡି କାର୍ଯ୍ୟକର୍ତ୍ତା ଙ୍
ଶୋକ ସନ୍ତପ୍ତ ପରିବାରକୁ ଭେଟିଲେ ମହେଶ


ଭୁବନ , 30 ଏପ୍ରିଲ୍ (ହି.ସ.) କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ସ୍ବର୍ଗତ ଭବାନୀ ଶଙ୍କର ମହାପାତ୍ର ଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ସାଂସଦ ମହେଶ ସାହୁ। ପୂର୍ବତନ ସାଂସଦ ଶ୍ରୀ ସାହୁ ଆଜି ଏକ ଦିନିକିଆ ଗସ୍ତରେ ଭୁବନ ଆସି ବିଜେଡି କାର୍ଯ୍ୟକର୍ତ୍ତା ଙ୍କ ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କରେ ଆଲୋଚନା କରି ବୁଥ୍ ଲେବୁଲ କମିଟି ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ କଂଗ୍ରେସ ନେତା ସ୍ବର୍ଗତ ଭବାନୀ ଶଙ୍କର ମହାପାତ୍ର ଙ୍କ ଭୁବନ ବ୍ଲକ ଅନ୍ତର୍ଗତ ପଳାସ ପିଠିଆଗୋଡ଼ା ସ୍ଥିତ ବାସ ଭବନକୁ ଯାଇ ତାଙ୍କ ବିଧବା ପତ୍ନୀ, ସାନ ଭାଇ ଓ ପରିବାର ବର୍ଗଙ୍କୁ ଭେଟି ଶୋକ ବ୍ୟକ୍ତ କରିବା ସହ ସମବେଦନା ଜଣାଇ ଏଭଳି ଦୁଃଖଦ ସମୟରେ ଧୈର୍ଯ୍ୟ ଧରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande