
ଜୟପୁର, ୦୫ ଏପ୍ରିଲ୍ (ହି.ସ.) - ଜୟପୁର ଜିଲ୍ଲା ଓକିଲ ସପ୍ସଘ ରେ ନୂତନ ଭାବେ ନିର୍ମାଣ ହୋଇଥିବା କୋଠାରେ ଆବଶ୍ୟକ ଉପକରଣ ଲଗାଇବା ପାଇଁ ଆଜି କୋରାପୁଟ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଓକିଲ ସଂଘ କର୍ମକର୍ତା ଦାବି ପତ୍ର ପ୍ରଦାନ କରିଛନ୍ତି । ଓକିଲ ସଂଘ ସଭାପତି ବିଜୟ କୁମାର ରାୟ ଜେନାଦେଓ ସପ୍ସପାଦକ ସହଦେବ ପଟ୍ଟନାୟକ, ପୂର୍ବତନ ସଭାପତି ତ୍ରିନାଥ ସିପ୍ସଲାଲ ଓ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ଶଶାନନ୍ଦ ମିଶ୍ର ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ନୂତନ କୋଠାରେ ଆସବାବ ପତ୍ର ଓ ଆବଶ୍ୟକ ଉପକରଣ ପ୍ରଦାନ କଲେ ଓକିଲ ଓ ମହକିଲ ମାନେ ଉପକୃତ ହୋଇପାରିବେ। ନୂତନ ଭାବେ ଏହି କୋଠା ନିର୍ମାଣ କରାଯାଇଥିଲେ ହେଁ ଆବଶ୍ୟକ ଉପକରଣ ନଥିବା ଯୋଗୁଁ ଏହା ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ ତେଣୁ ତୁରନ୍ତ ପ୍ରଦାନ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରିଥିବା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି