ହଟ୍ ସ୍ପାଇସ୍ ରେଷ୍ଟୁରାଂଟରେ ଚଢ଼ାଉ : ୧୦ ଗ୍ୟାସ୍ ସିଲିଣ୍ଡର ଜବତ
‘ହଟ୍ ସ୍ପାଇସ୍ ରେଷ୍ଟୁରାଣ୍ଟ’ରେ ଚଢ଼ାଉ : ୧୦ ଗ୍ୟାସ୍ ସିଲିଣ୍ଡର ଜବତ
‘ହଟ୍ ସ୍ପାଇସ୍ ରେଷ୍ଟୁରାଣ୍ଟ’ରେ ଚଢ଼ାଉ : ୧୦ ଗ୍ୟାସ୍ ସିଲିଣ୍ଡର ଜବତ

‘ହଟ୍ ସ୍ପାଇସ୍ ରେଷ୍ଟୁରାଣ୍ଟ’ରେ ଚଢ଼ାଉ : ୧୦ ଗ୍ୟାସ୍ ସିଲିଣ୍ଡର ଜବତ

‘ହଟ୍ ସ୍ପାଇସ୍ ରେଷ୍ଟୁରାଣ୍ଟ’ରେ ଚଢ଼ାଉ : ୧୦ ଗ୍ୟାସ୍ ସିଲିଣ୍ଡର ଜବତ

ସମ୍ବଲପୁର, ୦୫, ଏପ୍ରିଲ୍ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲା ଇନଫୋର୍ସମେଂଟ ସ୍କ୍ୱାର୍ଡ ପକ୍ଷରୁ ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ ପ୍ରଧାନପାଲ୍ଲୀ ଅଂଚଳରେ ଥିବା ‘ହଟ୍ ସ୍ପାଇସ୍ ରେଷ୍ଟୁରାଂଟ’ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ବେଆଇନ ଭାବେ ରେଷ୍ଟୁରାଂଟରେ ମହଜୁଦ ଥିବା ୧୦ଟି ଘରୋଇ ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ସେଥିରୁ ୫ଟିରେ ସମ୍ପୂର୍ଣ୍ଣ ଗ୍ୟାସ୍ ଭର୍ତି ଥିବା ବେଳେ ୩ଟି ଆଂଶିକ ବ୍ୟବହୃତ ଓ ୨ଟି ଖାଲି ସିଲିଣ୍ଡର ଥିବା ଜଣାପଡ଼ିଛି। ଏହି ସିଲିଣ୍ଡର ଗୁଡ଼ିକୁ ଯାଂଚ ସ୍ୱାର୍ଡ ‘ହଟ୍ ସ୍ପାଇସ୍ ରେଷ୍ଟୁରାଂଟ’ର ମ୍ୟାନେଜର ଚିତରଞ୍ଜନ ନାୟକଙ୍କ ଠାରୁ ଜବତ କରିଛନ୍ତି। ଏନେଇ ଅଧିନିୟମ ଧାରା ୧୯୫୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ସହ ଅଧିକ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ସମ୍ବଲପୁର ସହର ସମେତ ସମଗ୍ର ଜିଲ୍ଲାରେ ଜାଳେଣି ଗ୍ୟାସର ଘୋର ଅଭାବ ଦର୍ଶାଇ କେତେକ କଳାବଜାରୀ ବିକ୍ରେତା ଲୋକଙ୍କ ଠାରୁ ବେଶ୍ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande