ଉଚ୍ଚଶିକ୍ଷା କ୍ଷେତ୍ରରେ ଐତିହାସିକ ନିଷ୍ପତି: ଗଣଶିକ୍ଷା ମନ୍ତ୍ରୀ ଅନୁସୂଚିତ ଜାତି ସଂରକ୍ଷଣ ୮%ରୁ ୧୬.୨୫%କୁ ବୃଦ୍ଧି
ଜୟପୁର, ୦୫ ଏପ୍ରିଲ୍ (ହି.ସ.) - ପୂର୍ବ ସରକାର ଯାହା କରିପାରିଲା ନାହିଁ ତାହା ଆମ ସରକାର କରି ଦେଖାଇଛି। ଓଡ଼ିଶା ସରକାର ଉଚ୍ଚଶିକ୍ଷା, ମେଡିକାଲ୍, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି (ଏସ୍ସି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ହାର ପ୍ରାୟ ଦୁଇଗୁଣ ବୃଦ୍ଧି କରିଛନ୍ତି। ପୂର୍
ଉଚ୍ଚଶିକ୍ଷା କ୍ଷେତ୍ରରେ ଐତିହାସିକ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ  ଅନୁସୂଚିତ ଜାତି ସଂରକ୍ଷଣ ୮%ରୁ ୧୬.୨୫%କୁ ବୃଦ୍ଧି


ଜୟପୁର, ୦୫ ଏପ୍ରିଲ୍ (ହି.ସ.) - ପୂର୍ବ ସରକାର ଯାହା କରିପାରିଲା ନାହିଁ ତାହା ଆମ ସରକାର କରି ଦେଖାଇଛି। ଓଡ଼ିଶା ସରକାର ଉଚ୍ଚଶିକ୍ଷା, ମେଡିକାଲ୍, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି (ଏସ୍ସି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ହାର ପ୍ରାୟ ଦୁଇଗୁଣ ବୃଦ୍ଧି କରିଛନ୍ତି। ପୂର୍ବରୁ ୮ ପ୍ରତିଶତ ଥିବା ସଂରକ୍ଷଣ ଏବେ ୧୬.୨୫ ପ୍ରତିଶତକୁ ବଢ଼ାଯାଇଛି। ରାଜ୍ୟ କ୍ୟାବିନେଟ୍ ଏପ୍ରିଲ ୪ ତାରିଖ ରାତିରେ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ସହିତ ଅନୁସୂଚିତ ଜନଜାତି (ଏସ୍ଟି) ପାଇଁ ସଂରକ୍ଷଣ ୧୨ ପ୍ରତିଶତରୁ ୨୨.୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (ଏସ୍ଇବିସି/ଓବିସି) ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ନିଷ୍ପତିକୁ ଐତିହାସିକ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏସ୍ଟି ଜନସଂଖ୍ୟା ୨୨ ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ବୈଷୟିକ ଓ ଉଚ୍ଚଶିକ୍ଷାରେ ସଂରକ୍ଷଣ ମାତ୍ର ୧୨ ପ୍ରତିଶତ ଥିଲା। ଏହି ଅସମଞ୍ଜସତା ଦୂର କରାଯାଇଛି। ଏସ୍ସି ବର୍ଗ ପାଇଁ ମଧ୍ୟ ଏହା ଏକ ବଡ଼ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଛନ୍ତି। କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ ଏବପ୍ସ ଗଣଶିକ୍ଷା ମନ୍ତ୍ରୀଙ୍କୁ ଆଜି ଏୟାର ପୋର୍ଟରେ ଅନୁସୂଚିତ ଜାତି ମୋର୍ଚ୍ଚା କର୍ମକର୍ତା ମାନେ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ମୋର୍ଚ୍ଚା ପକ୍ଷରୁ ସମସ୍ତ ଦଳିତ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।“ଦୀର୍ଘ ଦିନର ଦାବି ପରେ ଏହି ନିଷ୍ପତି ହୋଇଛି। ଏହା ଦଳିତ ସମାଜର ଶିକ୍ଷାଗତ ଉନ୍ନତିରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ। ଅନେକ ଦଳିତ ଯୁବକ-ଯୁବତୀ ଏବେ ମେଡିକାଲ୍, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଅଧିକ ସୁଯୋଗ ପାଇବେ। ଏହା ସମାଜର ସମାନତା ଓ ସମାବେଶୀ ବିକାଶର ପଥ ପ୍ରଶସ୍ତ କରିବ।”ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ନୂତନ ସଂରକ୍ଷଣ ନୀତି ଆଗାମୀ ଶିକ୍ଷାବର୍ଷର ନାମଲେଖା ପାଇଁ ଲାଗୁ ହେବ। ଏଥିରେ ମେଡିକାଲ୍ କଲେଜ, ଇଞ୍ଜିନିୟରିଂ କଲେଜ ଓ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ରହିବେ।ଏହି ପଦକ୍ଷେପକୁ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ମଧ୍ୟ ସ୍ୱାଗତ କରିଛନ୍ତି। ଏହା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅଧିକ ସମାବେଶୀ ଓ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ଗଢ଼ିବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande