ଫେରାର ୫ ଅଭିଯୁକ୍ତ ଗିରଫ
ଜୟପୁର, ୦୫ ଏପ୍ରିଲ୍(ହି.ସ.) – ଜୟପୁର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅପରାଧିକ ମାମଲାରେ ଫେରାର ଥିବା ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲିଆ ଗ୍ରାମର ବିଣା ଧର ପରଜା ଭାଜିଗୁଡା ଶିବ ଘଢେଇ, ଧଡ୍ରିଗୁଡା ଗ୍ରାମର ହରି ଗାଦବା, ଏକମ୍ବା ଗ୍ରାମର ମ
ଚୋରି ଅଭିଯୋଗରେ ତିନି ଗିରଫ


ଜୟପୁର, ୦୫ ଏପ୍ରିଲ୍(ହି.ସ.) – ଜୟପୁର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅପରାଧିକ ମାମଲାରେ ଫେରାର ଥିବା ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲିଆ ଗ୍ରାମର ବିଣା ଧର ପରଜା ଭାଜିଗୁଡା ଶିବ ଘଢେଇ, ଧଡ୍ରିଗୁଡା ଗ୍ରାମର ହରି ଗାଦବା, ଏକମ୍ବା ଗ୍ରାମର ମହେଶ୍ୱର କୁଳଦିପ, ଷ୍ଟେସନ କଙ୍ଗା ଗ୍ରାମର ତୁଳୁସା ଗଣ୍ଡ। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା। ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି । ସେହିପରି ଗତକାଲି ଫେରାର ଥିବା ୧୧ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପିଲ୍ଲି ଗ୍ରାମର ଧନୁର୍ଯ୍ୟୟ ଖାତି, କୁମୁଲିପୁଟ ଗ୍ରାମର ବିଷ୍ଣୁ ବାହାଦୁର, ସିଆଡିମାଳ ଗ୍ରାମର ଶିବ ମୁଦୁଲି, ସାନକାଉଡି ଗ୍ରାମର ଗୋବିନାଥ ହାଲବା, ପିଣ୍ଟୁ ବାହାଦୁର, ସାନଜିଉନା ଗ୍ରାମର ଲଛମନ ନାୟକ, ପ୍ରେମ ନାୟକ, କୁମାର ନାୟକ ହରିଜନ, ବାରିଣିପୁଟ ଗ୍ରାମର ରୁଜୁ ମୁଦୁଲି, ପୁରୁଷତମ ମୁଦୁଲି, କୈଳାଶ ଖୋସଲା। ୧୧ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande