ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ ହେଲା ଗ୍ରାମ ବିବାଦ
ମାଲକାନଗିରି,୫ ଏପ୍ରିଲ୍ (ହି.ସ.) ମାଲକାନଗିରି ଜିଲ୍ଲା ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମରେ ଚାଲିଥିବା ବିବାଦ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ ହୋଇଛି।ସୂଚନା ଅନୁଯାୟୀ ପାଲକୋଣ୍ଡା ଗ୍ରାମର କିଛି ଖ୍ରୀଷ୍ଟାବଲମ୍ୱୀ ପରିବାର ଘରେ ପୂଜା ପ୍ରାର୍ଥନା କରୁଥିବା ବ
ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ ହେଲା ଗ୍ରାମ ବିବାଦ


ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ ହେଲା ଗ୍ରାମ ବିବାଦ


ମାଲକାନଗିରି,୫ ଏପ୍ରିଲ୍ (ହି.ସ.)

ମାଲକାନଗିରି ଜିଲ୍ଲା ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମରେ ଚାଲିଥିବା ବିବାଦ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ ହୋଇଛି।ସୂଚନା ଅନୁଯାୟୀ ପାଲକୋଣ୍ଡା ଗ୍ରାମର କିଛି ଖ୍ରୀଷ୍ଟାବଲମ୍ୱୀ ପରିବାର ଘରେ ପୂଜା ପ୍ରାର୍ଥନା କରୁଥିବା ବେଳେ ଅନ୍ୟ ସମ୍ପ୍ରଦାୟ ଏହାକୁ ବିରୋଧ କରିବା ସହ ସେମାନଙ୍କ ଘର ଭଙ୍ଗାରୁଜା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।ପୁଲିସ ଏହି ମାମଲାରେ ଗ୍ରାମର ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।ଆଜି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଏସପି ରାଜକିଶୋର ଦାଶ ଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ ଆଜି ପାଲକୋଣ୍ଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିଲେ।ଏଣିକି ଗ୍ରାମ ବାହାରେ କୌଣସି ଏକ ସ୍ଥାନରେ ଖ୍ରୀଷ୍ଟାବଲମ୍ୱୀ ସେମାନେ ପ୍ରାର୍ଥନା ଗୃହ କରି ପୂଜା କରିପାରିବେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା।ବିବାଦର ସମାଧାନ ହୋଇଥିବାରୁ ଗ୍ରାମରେ ଶାନ୍ତି ବାତାବରଣ ସୃଷ୍ଟି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande