ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ
ଗଞାମ, ୧ ମଇ (ହି.ସ.)- ଗତକାଲି ରାତିରେ ଦୁଇ ଜଣ ଯୁବକ ଭୋଜିଖାଇ ବାଇକ୍ ଯୋଗେ ଫେରୁଥିବା ବେଳେ ବର୍ଷା ଓ ପବନରେ ଭାରସାମ୍ୟ ହରାଇ ବାଇକ୍ ଟି କାଳିଆଗୁଡା ରାସ୍ତା କଡରେ ଏକ ଗଛରେ ପିଟି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଦୁଇ ବନ୍ଧୁଙ୍କୁ ସ୍ଥାନୀୟ ଲୋକେ ଭଂଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍
ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ


ଗଞାମ, ୧ ମଇ (ହି.ସ.)- ଗତକାଲି ରାତିରେ ଦୁଇ ଜଣ ଯୁବକ ଭୋଜିଖାଇ ବାଇକ୍ ଯୋଗେ ଫେରୁଥିବା ବେଳେ ବର୍ଷା ଓ ପବନରେ ଭାରସାମ୍ୟ ହରାଇ ବାଇକ୍ ଟି କାଳିଆଗୁଡା ରାସ୍ତା କଡରେ ଏକ ଗଛରେ ପିଟି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଦୁଇ ବନ୍ଧୁଙ୍କୁ ସ୍ଥାନୀୟ ଲୋକେ ଭଂଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ମୃତ ଦୁଇ ଜଣଙ୍କ ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଯୁବକ ଦୁଇ ଜଣଙ୍କ ଘର ଗାଂଗପୁର ଥାନା ଅଂଚଳରେ ବୋଲି ସୂଚନା ମିଳିଛି । ଏ ଦୁହିଁଙ୍କ ମଧ୍ୟରୁ ସଂଜୀବ ବେହେରା ସୈନ୍ଯ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande