କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ୨୪ ଘଂଟାରେ ମିଳିବ କ୍ଷତିପୂରଣ
ଭୁବନେଶ୍ୱର ,୦୧ ମଇ (ହି.ସ.)- କାଳବୈଶାଖୀରେ ଘର କିମ୍ବା ଚାଷ କ୍ଷୟକ୍ଷତି ହୋଇଥିଲେ ୨୪ ଘଂଟା ମଧ୍ୟରେ କ୍ଷତିପୂରଣ ମିଳିବ । କିଛି ଅଂଚଳରେ ଘର ଭାଙ୍ଗିଥିବା ରିପୋର୍ଟ ଆସିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ୱ ତଥା ବିପର୍ଯ୍ୟ
suresh pujari


ଭୁବନେଶ୍ୱର ,୦୧ ମଇ (ହି.ସ.)- କାଳବୈଶାଖୀରେ ଘର କିମ୍ବା ଚାଷ କ୍ଷୟକ୍ଷତି ହୋଇଥିଲେ ୨୪ ଘଂଟା ମଧ୍ୟରେ କ୍ଷତିପୂରଣ ମିଳିବ । କିଛି ଅଂଚଳରେ ଘର ଭାଙ୍ଗିଥିବା ରିପୋର୍ଟ ଆସିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ହିଟ୍ ୱେଭ୍ ଭଳି କାଳବୈଶାଖୀ ମଧ୍ୟ ଆମ ପାଇଁ ଏକ ସମସ୍ୟା। ଏହାକୁ ମୁକାବିଲା କରିବା ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। କାଳବୈଶାଖୀ ସମୟରେ ସତର୍କ ରହିବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରୁଛୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande