ଆଇନୀସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ।
ମାଲକାନଗିରି,୧ ମେ (ହି.ସ.)ଆଇନୀସେବା ପ୍ରାଧିକରଣଙ୍କ ଦ୍ୱାରା ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଜ଼ିଲ୍ଲା ବିଚାରପତି ତଥା ଆଇନୀସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷା, ରାଜଲଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କା
ଆଇନୀସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ।


ଆଇନୀସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ।


ମାଲକାନଗିରି,୧ ମେ (ହି.ସ.)ଆଇନୀସେବା ପ୍ରାଧିକରଣଙ୍କ ଦ୍ୱାରା ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଜ଼ିଲ୍ଲା ବିଚାରପତି ତଥା ଆଇନୀସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷା, ରାଜଲଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନୀସେବା ପ୍ରାଧିକରଣ ସଚିବ ତଥା ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ସଭାରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜ଼ିଲ୍ଲାଜର୍ଜ ତଥା ପ୍ରାଧିକରଣ ଅଧକ୍ଷା ରାଜଲଷ୍ମୀ ପଟ୍ଟନାୟକ ତିନି ଜଣ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ତିନି ଜଣଙ୍କୁ ବିବାହ ଜନିତ ସହାୟତା, ବହୁତ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲେ । ଆଇନୀସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ବିଭିନ୍ନ ଆଇନୀଗତ ସୁବିଧା ସମ୍ପର୍କରେ ସମବେତ ବ୍ୟକ୍ତିଙ୍କୁ ଅବଗତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande