ଵଲାସୀଙ୍ଗା ମହୁଲମୂଳ ମହିମା ଆଶ୍ରମରେ ସନ୍ଥକବି ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ
ବୌଦ୍ଧ 01 ମେ (ହି.ସ.) ଜିଲ୍ଲା ଵଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ମହିମା ବିକାଶ ପରିଷଦ ଓ ଗ୍ରାମବାସୀ ଙ୍କ ସହାୟତାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଛି l ମହିମା ବିକାଶ ପରିଷଦ ସଭାପତି ବିଭୁତି ଭୂଷଣ
ଵଲାସୀଙ୍ଗା ମହୁଲମୂଳ ମହିମା ଆଶ୍ରମରେ ସନ୍ଥକବି ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ


ବୌଦ୍ଧ 01 ମେ (ହି.ସ.) ଜିଲ୍ଲା ଵଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ମହିମା ବିକାଶ ପରିଷଦ ଓ ଗ୍ରାମବାସୀ ଙ୍କ ସହାୟତାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଛି l ମହିମା ବିକାଶ ପରିଷଦ ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ସର୍ବପ୍ରଥମେ ସନ୍ଥକବି ଭୀମଭୋଇଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଦୀପ ପ୍ରଜ୍ଵଳନ ପରେ ପରିଷଦର ସମ୍ପାଦକ ସାଧୁ କୁଳଧର ଦାସ ସମ୍ପାଦକୀୟ ବିବରଣୀ ପଠନ ପୁର୍ବକ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ ଯାହାକି ମୁଖ୍ୟ ରାସ୍ତା ଠାରୁ ଆଶ୍ରମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ସାଧୁ ଓ ଭକ୍ତ ନିବାସ, ଆଶ୍ରମ ଚାରିପାଖରେ ପ୍ରାଚୀର ନିର୍ମାଣ, ଆଲୋକୀକରଣ ସହିତ ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଉପସ୍ଥାପନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ସଂମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,କନ୍ଧମାଳ ସାଂସଦଙ୍କ ବୌଦ୍ଧ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ,ବୌଦ୍ଧ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ସାଧୁ କୃଷ୍ଣ ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅନ୍ୟତମ ବକ୍ତା ଭାବେ ଯୁବ ଗବେଷକ ସତ୍ୟନାରାୟଣ ପାଣି, ଅନ୍ୟତମ ଗବେଷକ ସତ୍ୟଜିତ ପଣ୍ଡା,ଅନ୍ୟତମ ଅତିଥି ଭାବେ ପୂର୍ବତନ ବଢ଼ିଗାଁ ସରପଞ୍ଚ ସଦାନନ୍ଦ ପ୍ରଧାନ, ସରପଞ୍ଚ ପ୍ରଫୁଲ୍ଲ କୁମାର ପାଢ଼ୀ, ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଦେବାଶିଷ ପୁରୋହିତ, ସାମ୍ବାଦିକ ମହେଶ ପ୍ରସାଦ ଅଗ୍ରୱାଲ, ସାମାଜିକ କର୍ମୀ କୃତ୍ତିବାସ ପଲିଆ ପ୍ରମୁଖ ମଞ୍ଚାସିନ ଥାଇ ସ୍ମୃତି ଚରଣ କରିଥିଲେ l ଶେଷରେ ସାମାଜିକ କର୍ମୀ କୃତ୍ତିବାସ ପଲିଆ ଧନ୍ୟବାଦ ଅର୍ପଣ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande