


ସମ୍ବଲପୁର, ୦୧, ମେ (ହି.ସ.) ହସ୍ତତନ୍ତ ପୋଷାକର ଚାହିଦା ଆଗରୁ ଥିଲା, ଏବେବି ରହିଛି । ହେଲେ ମହିଳାଙ୍କ ପସନ୍ଦର ଶାଢ଼ୀ ବଜାରରେ ଏବେ ସମ୍ବଲପୁରୀ ଶାଢ଼ୀର ଚାହିଦା ମାତ୍ରାଧିକ ସଂଖ୍ୟାରେ ବୃଦ୍ଧି ପାଇଛି ଦିନ ଥିଲା ନିକଟସ୍ଥ କୋଷ୍ଟାପଡା ଅଞ୍ଚଳରେ ଲୋକେ ଶାଢୀ ବୁଣୁଥିଲେ ବଜାରରେ ବିକ୍ରି ହେଉଥିଲା । ସମ୍ବଲପୁର ସହରରେ ନିର୍ଦ୍ଧିଷ୍ଟ କେତେକ ସମ୍ବଲପୁରୀ ଶାଢ଼ୀ ସୋ ରୁମ୍ କୁ ମାତ୍ ଦେଇ ଏବେ କୋଷ୍ଟାପଡା ଅଞ୍ଚଳରେ ଘରେ ଘରେ ଖୋଲିଛି ସମ଼ବଲପୁରୀ ଶାଢ଼ୀ ସୋ ରୁମ୍ । ଭଳିକି ଭଳି ଡିଜାଇନ୍, ରଙ୍ଗ ବେରଙ୍ଗର ଶାଢ଼ୀ ପାଇଁ ସମ୍ବଲପୁର ସହର ସମେତ ଆଖପାଖ ଅଞ୍ଚଳରୁ ଗ୍ରାହକଙ୍କ ଭିଡ଼ ଏବେ ଏହି ଅଞ୍ଚଳକୁ ମୁହାଇଥିବା ଦେଖାଯାଉଛି । ତେବେ ସମ୍ବଲପୁରୀ ଶାଢ଼ୀ ବଜାର ପାଇଁ ରାଜ୍ୟ ସରକାର କେବେ ସ୍ବତନ୍ତ୍ର ପଦକ୍ଷେପ ନେଇ ସ୍ବତନ୍ତ୍ର ବଜାର ଖୋଲିବେ ତାହାକୁ ନେଇ ବୁଣାକାର ଓ ବ୍ୟବସାୟୀଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ