


ସମ୍ବଲପୁର, ୦୧, ମେ (ହି.ସ.)
ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ ଲକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଜିଲ୍ଲପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ, ବିଧାୟକଙ୍କ ପ୍ରତିନିଧି ସୁଶ୍ରୀ ଶୁଭଶ୍ରୀ ମିଶ୍ର ପ୍ରତିନିଧି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସିଡିଓ ପ୍ରସନ୍ନ କୁମାର ପାତ୍ର ଉପସ୍ଥିତ ଥିଲେ। ମହେଶ୍ୱର ନାଏକ, ଯୁଗ୍ମ ଶ୍ରମ ଆୟୁକ୍ତ ମହେଶ୍ୱର ନାୟକ ସଭାକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ(ପ୍ରବର୍ତ୍ତନ) ଶତ୍ରୁଜିତ ସାହୁ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଭାରପ୍ରାପ୍ତ ପୁଷ୍ପା ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୪୭ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ ୩୯ ଲକ୍ଷ ୪୧ ହଜାର ୪୦୦ ଟଙ୍କା ଓ ଯୋଗ୍ୟ ଅଣସଂଗଠିତ ୬ ଜଣ ଶ୍ରମିକ ଙ୍କୁ୧୧ ଲକ୍ଷ ଟଙ୍କା ଏବଂ ନୂତନ ଭାବରେ ପଞ୍ଜୀକୃତ ୩ଶହ ଜଣ ନିର୍ମାଣ ଶ୍ରମିକ ଓ ଶହେ ଜଣ ଅଂସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଦୁଇ ଶତାଧିକ ଶ୍ରମିକ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ