ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କାହାପାଇଁ ? କାମ ନପାଇ ରାଜ୍ୟବାହାରକୁ ଯାଉଛନ୍ତି ହଜାର ହଜାର ଶ୍ରମିକ
Boudh, 01 ମେ (ହି.ସ.) ବୌଦ୍ଧ ଜିଲାରେ ପ୍ରତିବର୍ଷ ଶିକ୍ଷିତ ବେକାର ଯୁବକ ଓ ସାଧାରଣ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି l ପ୍ରତିବର୍ଷ କାମ ନପାଇ ହଜାର ହଜାର ଶ୍ରମିକ ରାଜ୍ୟବାହାରକୁ ଯାଉଛନ୍ତି , ଏପରିସ୍ଥଳେ ଜିଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କାହାପାଇଁ କରାଯାଉଛି
ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କାହାପାଇଁ ? କାମ ନପାଇ ରାଜ୍ୟବାହାରକୁ ଯାଉଛନ୍ତି ହଜାର ହଜାର ଶ୍ରମିକ


Boudh, 01 ମେ (ହି.ସ.) ବୌଦ୍ଧ ଜିଲାରେ ପ୍ରତିବର୍ଷ ଶିକ୍ଷିତ ବେକାର ଯୁବକ ଓ ସାଧାରଣ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି l ପ୍ରତିବର୍ଷ କାମ ନପାଇ ହଜାର ହଜାର ଶ୍ରମିକ ରାଜ୍ୟବାହାରକୁ ଯାଉଛନ୍ତି , ଏପରିସ୍ଥଳେ ଜିଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କାହାପାଇଁ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି l ବୌଦ୍ଧ ଜିଲାରେ ପଂଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା 85 ହଜାର ଅଟେ l ସେଥି ମଧ୍ୟରୁ 70 ହଜାର ରୁ ଉର୍ଦ୍ଧ ମନରେଗା ଶ୍ରମିକ ଭାବେ ଚିହ୍ନଟ କରାଯାଇଛି l ଜିଲାରେ ଶ୍ରମିକମାନେ ଅବହେଳାର ସମ୍ମୁଖୀନ ହେଉଛନ୍ତି l ଯେପରିକି ନିର୍ମାଣ ଶ୍ରମିକ ମାନଙ୍କୁ ସାଇକେଲ, ଘର ସହିତ ସୁରକ୍ଷା ସାମଗ୍ରୀ ଦିଆଯାଉନାହିଁ l ସେହିପରି ପ୍ରବାସୀ ଶ୍ରମିକ ମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନଥିବା ବେଳେ ସେମାନଙ୍କୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି l ଜିଲାରେ ହଜାର ହଜାର ଶ୍ରମିକ ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି l ମାତ୍ର ପ୍ରଶାସନ ସେମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି l

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଟାଉନ ହଲ୍ରେ ଏକ ଶ୍ରମିକ ସଚେତନତା ସମାରୋହ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କର ଅଧିକାର, ସୁରକ୍ଷା ଓ ସମାଜ ଗଠନରେ ସେମାନଙ୍କର ଅବଦାନକୁ ଉଚ୍ଚସ୍ତରରେ ପ୍ରଶଂସା କରିଥିଲେ। ସମାରୋହରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଜିଲ୍ଲାର ସମସ୍ତ ବ୍ଲକ୍ ର ପୁରୁଷ ଓ ମହିଳା ଶ୍ରମିକ , ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରାଙ୍କ ସମସ୍ତଙ୍କୁ ସ୍ଵାଗତ କରି ନିଜ ବିଭାଗର ଆଭିମୁଖ୍ୟ ରଖିଥିଲେ l ଅତିଥି ମାନେ ଶ୍ରମିକ ଦିବସର ମହତ୍ତ୍ୱ ପ୍ରତିପାଦନ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଲାଗୁ କରିଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଶ୍ରମିକ ମାନଙ୍କୁ ସୂଚିତ କରିଥିଲେ l ନିଜ ଅଧିକାର ସମ୍ବନ୍ଧରେ ସେମାନେ ଜାଗରୁକ ହେଲେ ଏହାର ସୁଫଳ ପାଇବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ସହାୟତା ବଣ୍ଟନ କରାଯାଇଥିଲା। ମୋଟ ୭୦୩ ଜଣ ହିତାଧିକାରୀ ମାନଙ୍କ ମଧ୍ୟରୁ ମୃତ୍ୟୁକାଳୀନ ସହାୟତା ୭୯ ଜଣ, ଅନ୍ତେଷ୍ଟିକ୍ରୀୟା ସହାୟତା ୭୮ ଜଣ, ବିବାହକାଳୀନ ସହାୟତା ୪୬୩ ଜଣ, ପ୍ରସୂତିକାଳୀନ ସହାୟତା ୬୮ ଜଣ ଓ ଶିକ୍ଷା ସହାୟତା ୧୫ ଜଣଙ୍କୁ ବଣ୍ଟନ କରାଯାଇଥିଲା l ସମୁଦାୟ ୪,୭୨,୦୭,୨୦୦ ଟଙ୍କା ଡି ବି ଟି ମାଧ୍ୟମରେ ବଣ୍ଟନ କରାଯାଇଥିଲା। ଏହାସହିତ, ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କୁ ୧୦୦ଟି ନୂତନ ଲେବର କାର୍ଡ ବଣ୍ଟନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande