ଦେଓଗାଁ କଛାର ପାଲି ଗ୍ରମାରେ  ରେ ବଜ୍ରପାତରେ ଜଣେ ମୃତ
ବଲାଙ୍ଗିର, 01 ମେ (ହି.ସ.) ଦେଓଗାଁ ଥାନା ତଥା ସଦର ପଞ୍ଚାୟତ କଛାରପାଲି ଗାଁରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ସହ କୁଆପଥର ବର୍ଷା ଓ ଘଡ଼ଘଡ଼ି ବଜ୍ରପାତ ହୋଇଥିଲା । ତେବେ ବର୍ଷା ପାଇଁ ସନ୍ଧ୍ୟା ସମୟରେ ମୁଗ ସାଉଁଟିବାକୁ ବିଲକୁ ଯାଇଥିବା ବେଳେ କଛାରପାଲି ଗାଁର ନିରଞ୍ଜନ ବାରିକ ବଜ୍ରପାତର ଶିକାର ହ
ଦେଓଗାଁ କଛାର ପାଲି ଗ୍ରମାରେ  ରେ ବଜ୍ରପାତରେ ଜଣେ ମୃତ


ବଲାଙ୍ଗିର, 01 ମେ (ହି.ସ.)

ଦେଓଗାଁ ଥାନା ତଥା ସଦର ପଞ୍ଚାୟତ କଛାରପାଲି ଗାଁରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ସହ କୁଆପଥର ବର୍ଷା ଓ ଘଡ଼ଘଡ଼ି ବଜ୍ରପାତ ହୋଇଥିଲା । ତେବେ ବର୍ଷା ପାଇଁ ସନ୍ଧ୍ୟା ସମୟରେ ମୁଗ ସାଉଁଟିବାକୁ ବିଲକୁ ଯାଇଥିବା ବେଳେ କଛାରପାଲି ଗାଁର ନିରଞ୍ଜନ ବାରିକ ବଜ୍ରପାତର ଶିକାର ହୋଇଥିବା ଜଣାପଡିଛି । ତେବେ ଏନେଇ ପରିବାର ଲୋକେ ଖବର ପାଇ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଗୋଟିଏ ପୁଅ ରହିଥିବା ବେଳେ ଗୋଟିଏ ଝିଅକୁ ବିବାହ କରାଇଥିଲେ । ମୃତ୍ୟୁ ଖବର ଜଣାପଡ଼ିବା ପରେ ଦେଓଗାଁରେ ଶୋକର ଛାୟା ଖେଳିଯାଇଛି । ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande