ଜିଲ୍ଲା ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳନ
ମାଲକାନଗିରି , ୧ ମେ (ହି.ସ.)ଆଜି ମାଲକାନଗିରି ଜିଲ୍ଲା ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ଜିଲ୍ଲାର ୭ ଗୋଟି ବ୍ଲକର ୧୮ ଗୋଟି ଗ୍ରାମପଞ୍ଚାୟତ ଓ ଗ୍ରାମ ମାନଙ୍କରେ ଶତାଧିକ ଶ୍ରମଜୀବୀ ମହିଳା ଓ ପୁରୁଷ ମାନଙ୍କୁ ନେଇ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଛି l ଏହି ଶ୍ରମିକ ଦିବସ ରେ ସଂଗଠନର
ଜିଲ୍ଲା ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳନ


ଜିଲ୍ଲା ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳନ


ମାଲକାନଗିରି , ୧ ମେ (ହି.ସ.)ଆଜି ମାଲକାନଗିରି ଜିଲ୍ଲା ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ଜିଲ୍ଲାର ୭ ଗୋଟି ବ୍ଲକର ୧୮ ଗୋଟି ଗ୍ରାମପଞ୍ଚାୟତ ଓ ଗ୍ରାମ ମାନଙ୍କରେ ଶତାଧିକ ଶ୍ରମଜୀବୀ ମହିଳା ଓ ପୁରୁଷ ମାନଙ୍କୁ ନେଇ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଛି l ଏହି ଶ୍ରମିକ ଦିବସ ରେ ସଂଗଠନର ସଦସ୍ୟା ସଦସ୍ୟ ଓ କର୍ମୀ ମାନେ ଉପସ୍ଥିତ ରହି ବିଶ୍ୱ ଶ୍ରମକ ଦିବସର ଆରମ୍ଭ,କୋଠା ବାଡ଼ି ଶ୍ରମିକ, ଅଣ ସଂଗଠିତ ଶ୍ରମିକ, ଶିଶୁ ଶ୍ରମିକ ଓ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଥିବା ସରକାରୀ ଆଇନ, ସହାୟତା ରାଶି, ସେମାନଙ୍କ ସୁରକ୍ଷା ପାଇଁ ଟୋଲ ଫ୍ରି ନମ୍ବର ଆଦି ବିଷୟରେ ମିଟିଙ୍ଗ ଓ ଡାକଵାଜି ଯନ୍ତ୍ର, ଲିଫ ଲେଟ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଖଇରପୁଟ ବ୍ଲକର କଦମଗୁଡା ସରପଞ୍ଚ ସୂର୍ଯ୍ୟ ନାରାୟଣ ଝିଗିଡି ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସଂଗଠନ ର ଜିଲ୍ଲା ସଭାପତି ରାଜେନ୍ଦ୍ର କବାସୀ, ଏରା ମାଢି,ରେଲି ଖିଲ, ଭାଗିରଥି ପାଟନିଆ, ଗଣପତି ଖିଲ, ଡମ୍ବରୁ ଧର ନାୟକ, ଶକୁନ୍ତଳା ମାଢି, ସାରଥୀ ମାଡ଼କାମୀ.ଦେବକୀ ମାଡ଼କାମୀ, ମୁକେ ମାଡ଼କାମୀ ପ୍ରମୁଖ ସହଯୋଗ କରିଥିଲେ ଓ କର୍ମୀ ସାଲିନା ପାଙ୍ଗି, ଚମ୍ପା ଗତନ, ଶୁଭଶ୍ରୀ ମାଢି, ତ୍ରିନାଥ ବଡ଼ନାୟକ, ସନ୍ତୁ ମାଢି, ଜିତେନ୍ଦ୍ର ଖିଲ, ଶୂକ୍ରା ଗୁରୁତେଲି, ମୁକୁନ୍ଦ ମାଝୀ, କୃଷ୍ଣ ସୀସା,ରାମ ବଡ଼ନାୟକ, ଗୌରାଙ୍ଗ ଅଧିକାରୀ,ରାଜେନ୍ଦ୍ର ମଡ଼କାମୀ, ନୀଳକଣ୍ଠ ନାୟକ, ଗୋବର୍ଧନ ପାଙ୍ଗି, ଶ୍ରୀନୁ ସେଲବମ, ଅଞ୍ଜଳି ସୋଡି, ମୁକୁନ୍ଦ ମାଡ଼କାମୀ, ଅନିତା ପୁନେମ, ମଦନ ହନ୍ତାଳ, ସିନେସ ପେଲମାଲ, ସୋମନାଥ ମାଡ଼କାମୀ, ରାମପଦ ପ୍ରଧାନ, ଚିତ୍ତରଞ୍ଜନ ସାହୁ ଓ ବଟକୃଷ୍ଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande