
ନେହେନା ଶ୍ରୀରାମ ମନ୍ଦିରରେ ବୈଶାଖ ପୂର୍ଣ୍ଣିମା ପାଳିତ
ନୂଆପଡ଼ା,୧ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଶ୍ରୀରାମ ମନ୍ଦିରରେ ପବିତ୍ର ବୈଶାଖ ପୂର୍ଣ୍ଣିମା ମହାଡ଼ମ୍ବର ସହିତ ଶ୍ରଦ୍ଧା ଓ ଭକ୍ତିର ସହିତ ଆଜି ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ଶ୍ରୀରାମ କଥା ପଠନ ସହ ଶ୍ରୀରାମ ମନ୍ଦିର, ତ୍ରିନାଥ ମନ୍ଦିର, କାଶୀ ବିଶ୍ଵନାଥ ଦେବ ଦେବ ମହାଦେବ, ଗାଁ ର ଇଷ୍ଟ ଦେବୀ ମା ଦେବସରଣୀଙ୍କ ଠାରେ ପୂଜା ଅର୍ଚନା କରି ପ୍ରଭୁଙ୍କ ଠାରେ ପଖାଳ ଭୋଗ ଶ୍ରୀରାମ ନବମୀ ମେଳା କମିଟି ଆନୁକୂଲ୍ୟରେ ଅର୍ପଣ କରାଯାଇଥିଲା। ଅନେକ ଭକ୍ତ ବୃନ୍ଦ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ସମବେତ ପଖାଳ ଭୋଗ ସେବନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ପୂଜା କର୍ତ୍ତୀ ଭାବରେ ଦାୟାନିଧି ରାଉତରାୟ, ଧର୍ମପତ୍ନୀ ରିତାଞ୍ଜଳୀ ରାଉତରାୟ, ଶ୍ରୀରାମ ନବମୀ ମେଳାର ବରିଷ୍ଠ କାର୍ଯକର୍ତ୍ତା ବ୍ରହ୍ମନନ୍ଦ ରାଉତରାୟ, ତରଣୀସେନ ବିଶି, ରାମଜୀ ପ୍ରସାଦ ଦର୍ଜୀ, ସୁଶାନ୍ତ କୁମାର ବିଶି, ତରୁଜରାମ ବାଗ, ପୀତବାସ ଦଣ୍ଡସେନା, ପ୍ରଦୀପ ରାଉତରାୟ, ବିଶ୍ୱ ରଞ୍ଜନ ଦଣ୍ଡସେନା, ଗୋପୀନାଥ ରାଉତରାୟ, ରାଜେଶ ରାଉତରାୟ, କାର୍ତ୍ତିକ ମଲ୍ଲିକ, ଦୟା ଝଙ୍କାର, ନିତାଇରାମ ବିଶି, ଶିବଲ ଦଣ୍ଡସେନା, ବିଶ୍ଵବନ୍ଧୁ ଦଣ୍ଡସେନା, ତ୍ରିଦେବ ଦର୍ଜୀ, କ୍ଷୀରସିନ୍ଧୁ ବାରିକ, ବୋଧନ କର ଦଣ୍ଡସେନା, ଟିକଚନ କୈବର୍ତ୍ତ, ରାଜେଶ ବାରିକ, ରୁଦ୍ର ମାଧବ ରାଉତରାୟ, ପରମେଶ୍ୱର ଗହୀର, ଜିତେନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ