କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ, ପେନସନ, ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଦାବିରେ କଳା ବ୍ଯାଚ୍ ପରିଧାନ କରି ଧାରଣା
Journalists came on black batch demanding pansion and Protection
ଫୋଟ ୨


ଫୋଟ


କନ୍ଧମାଳ , ୦୧ ମେ (ହି.ସ.)କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ, ସାମ୍ବାଦିକ ମାନଙ୍କ ବହୁତ ଦିନର ଦାବି ପେନସନ୍, ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଦାବିରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ର ସମସ୍ତ ସାମ୍ବାଦିକ ମାନେ ମିଳିତ ଭାବେ କଳା ବ୍ଯାଚ୍ ପରିଧାନ କରି ଧାରଣା ଦେଇଥିଲେ। ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନ ରେ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ (କେଡିୟୁଜେ) ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀ ସୁଜିତ୍ କୁମାର ବେହେରାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ଦେଖରେଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ଶ୍ରୀ ଅଶୋକ କୁମାର ମହାନ୍ତି,ଶ୍ରୀ ପ୍ରତାପ କେଶର ବେହେରା,ଶ୍ରୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଶ୍ରୀ ଫିଲି ମୋହନ ନାୟକ, ଶ୍ରୀ ସୁବାଷ ପ୍ରଧାନ,ଶ୍ରୀ ଶିବପ୍ରସାଦ ତ୍ରିପାଠୀ, ଶ୍ରୀ ରଞ୍ଜନ କୁମାର ଦାସ, ଗୌରହରି ବେହେରା, ବଳଦେବ ବେହେରା,ଶ୍ରୀ ଭ୍ରମର ବେହେରା,ଶ୍ରୀ ପାର୍ଥସାରଥୀ ବିଶ୍ଵାଳ,ଶ୍ରୀ ବିଶ୍ବରଂଜନ ସାମନ୍ତରାୟ,ଶ୍ରୀ କାହ୍ନା ପଟ୍ଟନାୟକ ତଥା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ସାମ୍ବାଦିକ ମାନଙ୍କର ଦିର୍ଘଦିନର ପେନସନ୍,ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଆଦି ପ୍ରମୁଖ ଦାବି ସମେତ ଅନ୍ୟାନ୍ୟ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ସାମ୍ବାଦିକ ମାନଙ୍କର ଏହି ଦିର୍ଘଦିନର ଦାବି ରାଜ୍ୟ ସରକାର ପୁରଣ ନ କରି କାଳ କ୍ଷେପଣ ନିତି ଆପଣେଇ ଥିବା ଯୋଗୁଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସରକାର ଏହି ଦାବି ପୂରଣ ନ କଲେ ଆଗାମି ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବେହେରା କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande