ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର , ୦୧ ମଇ (ହି.ସ.)- ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ଶୋକବାର୍ତାରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ବିୟୋଗ ଖବର ଶୁ
ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ


ଭୁବନେଶ୍ୱର , ୦୧ ମଇ (ହି.ସ.)- ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ୍ସରେ ଏକ ଶୋକବାର୍ତାରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସାମ୍ବାଦିକତା ଜଗତକୁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande