
ଭୁବନେଶ୍ୱର , ୦୧ ମଇ (ହି.ସ.)- କେନ୍ଦୁଝରରେ ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ ନେବା ଘଟଣାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବିଭାଗୀୟ ଉଚ୍ଚ ବ୍ୟାଙ୍କ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଚିଠି ଲେଖିବେ। ଜାତୀୟ ବ୍ୟାଙ୍କ କାରଣରୁ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ।ମାମଲାର ଅନୁଧ୍ୟାନ ପରେ ଆରଡିସି ମୁଖ୍ୟମନ୍ତ୍ରୀଙ୍କୁ ସିଧା ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ବିଚାର କରାଯିବ। ଅପରାଧିକ କାର୍ଯ୍ୟ ହୋଇଥିଲେ ଆଇନଗତ ଆକ୍ସନ ହେବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା