
ଭୁବନେଶ୍ୱର , ୦୧ ମଇ (ହି.ସ.)- ଭୁବନେଶ୍ୱରରେ ବେଆଇନ ମଦ କାରବାର ଚଳାଇଥିବା ୨ ମଦ ବେପାରୀ ଘରେ ବୁଲଡୋଜର ଚଳାଇଛି ପ୍ରଶାସନ। ଅଭିଯୁକ୍ତ ସନ୍ତୋଷ ମାଲିଆ ଓ ରାକେଶ ମାଲିଆ ଘରେ ବୁଲଡୋଜର ଚଢାଯାଇ ଭଙ୍ଗାଯାଇଛି। ଲିଙ୍ଗରାଜ ପୋଲିସ ଓ ବିଏମ୍ସିର ମିଳିତ ଉଦ୍ୟମରେ ଘର ଭଙ୍ଗାଯାଇଛି। ଉଭୟେ ସରକାରୀ ଜମିରେ ଘର କରି ବେଆଇନ ମଦ ବେପାର କରୁଥିବା ଅଭିଯୋଗ ରହିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା