
ଭୁବନେଶ୍ୱର , ୦୧ ମଇ (ହି.ସ.)- ମହାନଦୀ ଜଳ ବିବାଦ ନେଇ ଆସନ୍ତାକାଲି (ଶନିବାର )ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଏହା ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗତ ୫ ବର୍ଷରେ ମାତ୍ର ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।ଏବେ ମାମଲା ଆଗକୁ ବଢୁଛି; ପ୍ରତି ମାସରେ ୨ରୁ ୩ ଥର ଶୁଣାଣି ହେଉଛି। ଓଡିଶାରେ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। ଛତିଶଗଡ଼ରେ ଗଠନ ହେଲା ପରେ ସ୍ଥାୟୀ ସମାଧାନ ପାଇଁ ଆଗକୁ ବଢ଼ିବୁ। ଉଭୟ ରାଜ୍ୟ ଭିତରେ କେମିତି ତଥ୍ୟ ନେଣଦେଣ ହେବ ଆଲୋଚନା ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା