
ବଲାଙ୍ଗୀର, ୧୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ସଦର ମହକୁମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ୨୦୧୩ ମସିହାରୁ ଆର୍ଟ ଓ ଅଫ ଗିଭିଙ୍ଗ ପାଳିତ ହୋଇ ଆସୁଥିବାବେଳେ ଚଳିତ ବର୍ଷ ୧୩ତମ ସଂସ୍କରଣ ମୁରିବାହାଲ ବ୍ଲକ ହଳଦୀ ଗାଁରେ ଉତ୍ସାହର ସହ ପାଳିତ ହୋଇଯାଇଛି। ଚଳିତ ବର୍ଷ ଥିମ ସେୟାର ଟୁ ସାଇନକୁ ନେଇ ଆଲୋଚନା ହୋଇଥିଲା। ମୁରିବାହାଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଯୁବ ନେତା ରମେଶ ଭୋଇ,ଉପ ସଭାପତି ସଂକିର୍ତନ ଶିକା, ଯୁବ ସଂଗଠନ କନ୍ଧ ସମାଜ ସହ ସଂପାଦକ ତଥା ଓଡିଶା ଏକ୍ସପ୍ରେସ ସାମ୍ବାଦିକ ତୁଳସୀ ରାମଭୋଇ, ସଞ୍ଜୟ ଯାନୀ, ଶିକ୍ଷକୟତ୍ରୀ ଗୀତାଞ୍ଜଳି ନାଏକ, ଶିଶୁ ସହାୟିକା ଜାହ୍ନବୀ ମହାନନ୍ଦ, ଲକ୍ଷ୍ମୀ ଧର ଅରୁଆଙ୍କ ସହ ଅନେକ ଆଦିବାସୀ ନେତା ଯୋଗଦେଇ ଆର୍ଟ ଓ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ କୁନି କୁନି ୧୦୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ଓ ମିଷ୍ଟାନ ବଂଟନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ