
ସମ୍ବଲପୁର,୧୭, ମେ (ହି.ସ.) ସମ୍ବଲପୁର ଯାଦବ ସଂଘ ପକ୍ଷରୁ ପବିତ୍ର ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ସେବାଭାବ ଓ ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରୁ ସାଧାରଣ ଲୋକ, ପଥଚାରୀ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ କଷ୍ଟ ଲାଘବ କରିବା ପାଇଁ ସଂଘ ପକ୍ଷରୁ ଏହି ଶୀତଳ ପାନୀୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଶତାଧିକ ପଥଚାରୀ, ଭକ୍ତ ଏବଂ ସାଧାରଣ ଲୋକଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା।
ସମାଜ ସେବା ଓ ମାନବିକତାର ବାର୍ତ୍ତା ନେଇ ସଂଘ ପକ୍ଷରୁ ଏପରି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି। ସଂଘ ର ସଭାପତି ଭୋଲାଶଙ୍କର ମହତମ, ସଂପାଦକ ହେମନ୍ତ ଗହୀର, ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ବାଗ, ଗୁଣନିଧି ରାଉତ, ଶିବସମ୍ଭୁ ୟାଦବ୍, ହରିହର ଷଣ୍ଢ, ତୋଫାନ ବେହେରା, କାନନ ନାଗ, ରାଜୁ ପୋଡ଼,ନବକିଶୋର ଜାଲ ଆୟୋଜନରେ ଭୂମିକା ନିର୍ବାହ କରିଥିଲେ।
ସମ୍ବଲପୁର ଯାଦବ ସଂଘ ପକ୍ଷରୁ ଦହି ସରବତ ବଣ୍ଟନ(ଫଟୋ ) ସମଲପୁର, ୧୭/୫ ସମ୍ବଲପୁର ଯାଦବ ସଂଘ ପକ୍ଷରୁ ପବିତ୍ର ସମଲେଶ୍ୱରୀ ମନ୍ଦିର ଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ସେବାଭାବ ଓ ଉତ୍ସାହର ସହିତ ଆୟୋଜନ କରାଯାଇଥିଲା । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରୁ ସାଧାରଣ ଲୋକ, ପଥଚାରୀ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ କଷ୍ଟ ଲାଘବ କରିବା ପାଇଁ ସଂଘ ପକ୍ଷରୁ ଏହି ଶୀତଳ ପାନୀୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଶତାଧିକ ପଥଚାରୀ, ଭକ୍ତ ଏବଂ ସାଧାରଣ ଲୋକଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା।ସମାଜ ସେବା ଓ ମାନବିକତାର ବାର୍ତ୍ତା ନେଇ ସଂଘ ପକ୍ଷରୁ ଏପରି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି। ସଂଘ ର ସଭାପତି ଭୋଲାଶଙ୍କର ମହତମ, ସଂପାଦକ ହେମନ୍ତ ଗହୀର, ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ବାଗ, ଗୁଣନିଧି ରାଉତ, ଶିବସମ୍ଭୁ ୟାଦବ୍, ହରିହର ଷଣ୍ଢ, ତୋଫାନ ବେହେରା, କାନନ ନାଗ, ରାଜୁ ପୋଡ଼,ନବକିଶୋର ଜାଲ ଆୟୋଜନରେ ଭୂମିକା ନିର୍ବାହ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ