ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ମହିଳା ସଂରକ୍ଷଣ ଓ ସୁରକ୍ଷା ପାଇଁ ବିଜେପି ସରକାର ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା
ଜୟପୁର, ୧୭ ମେ (ହି.ସ.) - ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ମହିଳା ସଂରକ୍ଷଣ ଓ ସୁରକ୍ଷା ପାଇଁ ବିଜେପି ସରକାର ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଅନ୍ତର୍ଗତ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାରେ ବ
ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ମହିଳା ସଂରକ୍ଷଣ ଓ ସୁରକ୍ଷା ପାଇଁ ବିଜେପି ସରକାର ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା


ଜୟପୁର, ୧୭ ମେ (ହି.ସ.) - ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ମହିଳା ସଂରକ୍ଷଣ ଓ ସୁରକ୍ଷା ପାଇଁ ବିଜେପି ସରକାର ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଅନ୍ତର୍ଗତ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାରେ ବିଫଳ ଓ ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ କରିବାରେ ଅସମର୍ଥ ବିଜେପି ସରକାର ବିରୋଧରେ ରବିବାର ଦିନ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଜୟପୁର ରାଜା ନହର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରୁ ଆରମ୍ଭ ହୋଇ ରାଜୁସାହି ପଂଚାନନ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭା ଯାତ୍ରା ବାହାରିଥିଲା। ଶୋଭା ଯାତ୍ରାରେ ବିଜୁ ମହିଳା ଜନତା ଦଳର ଶତାଧିକ ମହିଳା ନେତ୍ରୀ ଓ କର୍ମୀ ସାମିଲ ହୋଇଥିଲେ। ସେମାନେ ମହିଳା ସଂରକ୍ଷଣ, ସୁରକ୍ଷା ଓ ଅଧିକାର ପାଇଁ ସ୍ଲୋଗାନ୍ ଦେଇ ପ୍ରତିବାଦ ପ୍ରକାଶ କରିଥିଲେ। ଶୋଭା ଯାତ୍ରା ଶେଷରେ ରାଜୁସାହି ପଂଚାନନ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, କେନ୍ଦ୍ରର ବିଜେପି ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାରେ ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ସହିତ ରାଜ୍ୟ ଓ ଦେଶରେ ବଢୁଥିବା ନାରୀ ନିର୍ଯ୍ୟାତନା, ହତ୍ୟା, ବଳାତ୍କାର ଓ ଅନ୍ୟାନ୍ୟ ଅତ୍ୟାଚାରକୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ଅସମର୍ଥ ପ୍ରମାଣିତ ହୋଇଛନ୍ତି। ମହିଳାଙ୍କ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ଏହି ପ୍ରତିଶ୍ରୁତି ପାଳନ କରିନାହାନ୍ତି ବୋଲି ଅଭିଯୋଗ କରାଯାଇଛି। ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ପାର୍ବତୀ ମସ୍ତି କହିଛନ୍ତି, “ମହିଳାଙ୍କ ଅଧିକାର ଓ ସମ୍ମାନ ପାଇଁ ଆମେ ରାଜପଥରେ ଓହଳି ପଡ଼ିଛୁ। ବିଜେପି ସରକାର ମହିଳା ସୁରକ୍ଷା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି। ଆମେ ରାଷ୍ଟ୍ରପତିଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ।”ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବିଭିନ୍ନ ସ୍ତରର ନେତା ଓ ମହିଳା କର୍ମୀମାନେ ଉପସ୍ଥିତ ଥିଲେ। ଏହା ଜୟପୁର ସମେତ ଆଖପାଖ ଅଂଚଳରେ ମହିଳା ଅଧିକାର ଆନ୍ଦୋଳନକୁ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମ ରେ ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande