
କେନ୍ଦ୍ରାପଡ଼ା, ୧୭ ମଇ(ହି.ସ.) – କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାଟପାଟଣା କେନାଲ୍ ବନ୍ଧଠାରୁ ତୋଟାସାହି ରାସ୍ତା, ଭାୟା ଜେନାସାହି ରାସ୍ତାର ଶିଳାନ୍ୟାସ କରିଥିବାବେଳେ ନୂଆପାଟଣାଠାରେ ପଟ୍ଟାମୁଣ୍ଡାଇ କେନାଲ୍ ଉପରେ ନୂଆପାଟଣା ସେତୁକୁ ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା ଏହାକୁ ଉଦ୍ଘାଟନ କରିଛନ୍ତି। ଜଳସେଚନ ବିଭାଗ ଓ ଆର୍ଡିର ରାସ୍ତାକୁ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି ଓ ପ୍ରିୟଦର୍ଶନୀ ତରାଇଙ୍କ ସହିତ ସରପଂଚ କଲ୍ୟାଣ ମଲ୍ଲିକ, ମାତାଜୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଏକ ଶିଳାନ୍ୟାସ ଉତ୍ସବ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଧାୟକ ଶ୍ରୀ ବେହେରା ତାଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ରାସ୍ତା ଓ ସେତୁ ଗୁଡିକୁ ତୁରନ୍ତ କାମ ସାରି ଜନସାଧାରଣଙ୍କ ହିତରେ ଲଗାଇବା ପାଇଁ ପ୍ରକାଶ କରିଥିଲେ। ଏହି ସେତୁ ଓ ରାସ୍ତା ଦ୍ୱାରା ସ୍ଥାନୀୟ ଚାରିଗୋଟି ପଂଚାୟତ ସହିତ ବହୁ ଲୋକ ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ବେହେରା ସଭାରେ ଜନସାଧାରଣଙ୍କୁ କହିଥିଲେ। ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ। ଆୟୋଜିତ ଏହି ଶିଳାନ୍ୟାସ ଉତ୍ସବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସମିତି ସଭ୍ୟ ବାସନ୍ତି ବେହେରା, ପଦ୍ମଜା ପ୍ରିୟଦର୍ଶନୀ କର, ହୃଷିକେଶ ପରିଡା, କିଶୋର କୁମାର କବି, ବାସୁଦେବ ଦାସ, ପ୍ରମୋଦ କୁମାର କବିଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି