ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଲେ ୫ ପରିବାର
ନିଶ୍ଚିତ ମୃତ୍ୟୁମୁଖରୁ  ଅଳ୍ପକେ ବର୍ତ୍ତିଲେ ୫ ପରିବାର
ନିଶ୍ଚିତ ମୃତ୍ୟୁମୁଖରୁ  ଅଳ୍ପକେ ବର୍ତ୍ତିଲେ ୫ ପରିବାର


ନିଶ୍ଚିତ ମୃତ୍ୟୁମୁଖରୁ  ଅଳ୍ପକେ ବର୍ତ୍ତିଲେ ୫ ପରିବାର


ନିଶ୍ଚିତ ମୃତ୍ୟୁମୁଖରୁ  ଅଳ୍ପକେ ବର୍ତ୍ତିଲେ ୫ ପରିବାର


ସମ୍ବଲପୁର,୧୭, ମେ (ହି.ସ.) - ଘର ଉପରେ ବିପଦ ସଂକୁଳ ଭାବେ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ ତାର । ଏନେଇ ବାରମ୍ବାର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ହୋଇ ଆସୁଥିଲା। ଗତବର୍ଷ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ଏହା ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ଖବର ପ୍ରସାରଣର ଚାପ ପରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ ଖୁଂଟକୁ ସାମାନ୍ୟ ଉଚ୍ଚତା ବୃଦ୍ଧି କରିଥିଲା । ମାତ୍ର ଘର ଉପରଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରର ଦିଗ ପରିବର୍ତନ କରିନଥିଲା । ଯାହାକି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାରକୁ ଘର ଉପରେ ନ ନେଇ ଅନ୍ୟତ୍ର ବଦଳାଇବାକୁ ବାରମ୍ବାର ଅନୁରୋଧ କରି ଆସୁଥିଲେ କୁଚିଣ୍ଡା ଉପଖଣ୍ଡ ଅର୍ଜୁନଡ଼ିହି ଗ୍ରାମର ନିର୍ଦ୍ଧିଷ୍ଟ ୫ଟି ପରିବାର । ମାତ୍ର ବିଦ୍ୟୁତ୍ ବିଭାଗ ପରବର୍ତୀ କୌଣସି କର୍ଣ୍ଣପାତ କରିନଥିଲା । ଗତ ରାତିରେ ପ୍ରବଳ ବେଗରେ ହୋଇଥିବା ଝଡ଼ ତୋଫାନରେ ଦୁଇଟି ବିଶାଳକାୟ ଶାଳ ଗଛ ବିଦ୍ୟୁତ ତାର ଉପରେ ପଡିବାରୁ ତିନୋଟି ବିଦ୍ୟୁତ୍ ଖୁଂଟ ଭାଙ୍ଗିଯାଇ ସମସ୍ତ ତାର ସୁରକ୍ଷା ପାଇଁ ଦାବି କରି ଆସୁଥିବା ପାଂଚୋଟି ପରିବାରର ଘର ଉପରେ ପଡିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟର କଥା, ଏହି ବିଦ୍ୟୁତ୍ ତାର ଛିଣ୍ଡି ଘର ଉପରେ ପଡିବା ଆଗରୁ ବିଦ୍ୟୁତ୍ ସରାବରାହ ବନ୍ଦ ଥିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତୀ ଯାଇଛନ୍ତି ପାଂଚୋଟି ପରିବାରର ସମସ୍ତ ସଦସ୍ୟ ।

ଯଦି ଆଜିର ଏହି ଘଟଣାରେ କାହାରି ଜୀବନହାନୀ ହୋଇଥାଆନ୍ତା ତେବେ କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ସୁରକ୍ଷା ଦାବିକାରୀ ପାଂଚୋଟି ପରିବାରର ଲୋକଙ୍କ ସହ ଗ୍ରାମବାସୀ । ବିଦ୍ୟୁତ୍ ବିଭାଗ ତୁରନ୍ତ ଏହି ଅଭିଯୋଗର ସତ୍ୟତା ଅନୁସନ୍ଧାନ କରି ଘର ଉପରେ ଯାଇଥିବା ବିଦପଯୁକ୍ତ ୧୧ କେଭି ବିଦ୍ୟୁତ୍ ତାରର ଗତିପଥକୁ ପରିବର୍ତନ କରିବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande