ଗୋପରେ ଥିବା ନିୟନ୍ତ୍ରିତ ବଜାର କମିଟି ହାଟର ଉନ୍ନତି ପାଇଁ ସମୀକ୍ଷା
କେନ୍ଦ୍ରାପଡ଼ା, ୧୭ ମଇ(ହି.ସ.) – କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଗୋପ ହାଟ ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ପଡିରହିଛି। ଏ ନେଇ ବାରମ୍ବାର ଯୁବ ସ୍ୱାଭିମାନ ସଂଗଠନ ତରଫରୁ ଏହାର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାଙ୍ର୍କୁ ଅଭିଯୋଗ କଲାପରେ ଜିଲ୍ଲାପାଳଙ୍କ ନ
--------------- ଗୋପରେ ଥିବା ନିୟନ୍ତ୍ରିତ ବଜାର କମିଟି ହାଟର ଉନ୍ନତି ପାଇଁ ସମୀକ୍ଷା ।


କେନ୍ଦ୍ରାପଡ଼ା, ୧୭ ମଇ(ହି.ସ.) – କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଗୋପ ହାଟ ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ପଡିରହିଛି। ଏ ନେଇ ବାରମ୍ବାର ଯୁବ ସ୍ୱାଭିମାନ ସଂଗଠନ ତରଫରୁ ଏହାର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାଙ୍ର୍କୁ ଅଭିଯୋଗ କଲାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ହାଟର ଉନ୍ନତି ନିମନ୍ତେ ନିୟନ୍ତ୍ରିତ ବଜାର କମିଟିର ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କମିଟି ଓ କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟିର କର୍ତୁପକ୍ଷ ଗୋପ ହାଟରେ ପହଁଚି ଅବହେଳିତ ଅବସ୍ଥାରେ ଥିବା ହାଟ ଗୃହ ଏବଂ ପରିତ୍ୟକ୍ତ ଅବସ୍ଥାରେ ଥିବା ହାଟର ପରିସର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଯୁବ ସ୍ୱାଭିମାନ ସଂଗଠନର କର୍ମକର୍ତାଙ୍କ ସହ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତି ହାଟଗୃହକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନୂତନ ହାଟ ଗୃହ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ଏହି ହାଟକୁ ସପ୍ତାହରେ ଦୁଇଥର ବହୁ ବ୍ୟବସାୟୀ ବିଭିନ୍ନ ସ୍ଥାନରୁ ଆସି ଏଠାରେ ବ୍ୟବସାୟ କରୁଛନ୍ତି। ଏହାର ମୁଖ୍ୟ କାରଣ ହେଲା ମାଲ୍ କିଣିବା ଓ ବିକିବା ପାଇଁ ଏବଂ ନେଇଯିବା ପାଇଁ ଜାତୀୟ ରାଜପଥ ଲାଗିଥିବାରୁ ଜିନିଷ ଗୁଡିକ ନେବା ଆଣିବା ପାଇଁ ସୁବିଧା ହୋଇଥାଏ। କମ୍ ଖର୍ଚ୍ଚରେ ବ୍ୟବସାୟୀମାନେ ଯାତାୟତ କରିପାରିଥାନ୍ତି। ଏହି ହାଟରେ ବ୍ୟବସାୟୀ ଅଧିକ ହୋଇଥିବାରୁ ବ୍ୟବସାୟ ଭଲ ହୁଏ। ଏହି ହାଟକୁ ନୂତନ ରୂପେ ନିର୍ମାଣ କରି ହାଟର ସୈାନ୍ଦର୍ଯ୍ୟକରଣ ଓ ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ ଇତ୍ୟାଦି କରିବା ପାଇଁ ଯୁବ ସ୍ୱାଭିମାନ ସଂଗଠନର ସଭାପତି ସ୍ମୃତିରଂଜନ ଜେନା, ୫ ନମ୍ବର କାଉନ୍ସିଲର ନିରାକାର ସ୍ୱାଇଁ, ବଗଡା ସରପଂଚ ସୁବୁନି ସାହୁ, ଆଦିକନ୍ଦ ରାଉଳ, ପ୍ରତାପ କୁମାର ନାୟକ, ଧବଳେଶ୍ୱର ବରାଳ, ଜୟପ୍ରକାଶ ସ୍ୱାଇଁ, ଅମରେନ୍ଦ୍ର ଦାସ, ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ସମେତ ମାନସ ରଞ୍ଜନ ପ୍ରଧାନ, ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ହୋଇ ଦାବି କରିଥିଲେ। କେନ୍ଦ୍ରାପଡା ଜିଲ୍ଲାର ଗୋପହାଟ ଏକ ବ୍ୟବସାୟ ର ପେଣ୍ଠସ୍ଥଳୀ ଥିବାରୁ ଏହି ହାଟକୁ ନୂତନ ରୂପେ ଆଧୁନିକୀକରଣ କଲେ ସମଗ୍ର ଜିଲ୍ଲାବାସୀ ଉପକୃତ ହେବେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande