ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ
ଜୟପୁର 17 ମେ (ହି.ସ.): ଖ୍ରୀଷ୍ଟିଆନ ପେଟା ବିଜୁରାଜ ନଗର ଅଞ୍ଚଳର ଏକ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ବିଜୁରାଜ ନଗର ଅଞ୍ଚଳର ଅଭିଯୁକ୍ତ ଜୟ କୁମାର ଵାଗେଲା ଏକ ନାବାଳିକା ଝିଅକୁ ଅପହରଣ କରି ନେ
ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ


ଜୟପୁର 17 ମେ (ହି.ସ.): ଖ୍ରୀଷ୍ଟିଆନ ପେଟା ବିଜୁରାଜ ନଗର ଅଞ୍ଚଳର ଏକ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ବିଜୁରାଜ ନଗର ଅଞ୍ଚଳର ଅଭିଯୁକ୍ତ ଜୟ କୁମାର ଵାଗେଲା ଏକ ନାବାଳିକା ଝିଅକୁ ଅପହରଣ କରି ନେଇ ନିଜ ଘରେ ରଖିଥିଲେ। ଏନେଇ ଗତ କାଲି ଟାଉନଥାନାରେ ଝିଅର ପରିବାର ପକ୍ଷରୁ ଅଭିଯୋଗ କରିବା ପରେ ଟାଉନ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ରାଜେନ୍ଦ୍ର ପାଙ୍ଗି ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande