
ଜୟପୁର, ୧୭ ମଇ(ହି.ସ.) – ୧୫ ଓଡ଼ିଶା ବ୍ୟାଟାଲିୟନ୍ ଏନ୍ସିସି, ଜୟପୁର ପକ୍ଷରୁ ୧୭.୦୫.୨୦୨୬ ଆଜି ଠାରୁ ଆସନ୍ତା ୨୬.୦୫.୨୦୨୬ ପର୍ଯ୍ୟନ୍ତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ଠାରେ ବାର୍ଷିକ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଏହି ଶିବିରରେ କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ମୋଟ ୩୬୮ ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଛନ୍ତି।
ଏହି ଶିବିରଟି ୧୫ ଓଡ଼ିଶା ବାଟାଲିୟନ୍ ଜୟପୁରର କମାଣ୍ଡିଂ ଅଫିସର ଲେଫ୍ଟନାଂଟ କର୍ଣ୍ଣେଲ ପ୍ରୀତି ରଞ୍ଜନ ଦାଶଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଆୟୋଜିତ ହେଉଛି। ଶିବିରରେ ଶୃଙ୍ଖଳା, ନେତୃତ୍ୱ ଗୁଣ, ଦେଶପ୍ରେମ, ଡ୍ରିଲ୍, ମାନଚିତ୍ର ପଠନ, ଶାରୀରିକ ପ୍ରଶିକ୍ଷଣ, ଯୋଗାଭ୍ୟାସ, ସାମାଜିକ ସଚେତନତା ସହିତ ଫାୟାରିଂ ଟ୍ରେନିଂ ଓ ବିଭିନ୍ନ ସାମରିକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
ଏହି ଶିବିରର ବିଶେଷ ଆକର୍ଷଣ ହେଉଛି ପ୍ରଥମ ଥର ପାଇଁ ଗର୍ଲ୍ସ କ୍ୟାଡେଟ୍ମାନଙ୍କର ସକ୍ରିୟ ଅଂଶଗ୍ରହଣ। ଏହା ଏନ୍ସିସି କ୍ଷେତ୍ରରେ ନାରୀ ସଶକ୍ତିକରଣ ଓ ଯୁବତୀମାନଙ୍କ ମଧ୍ୟରେ ଦେଶସେବାର ମନୋଭାବ ବୃଦ୍ଧିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।
ଶିବିରରେ ଏଏନ୍ଓ କ୍ୟାପ୍ଟେନ୍ ଡ଼ଃ ଲକ୍ଷ୍ମଣ ପାତ୍ର, ଲେଫଟ୍ନେଂଟ ଉଦୟ ନାୟକ, ମଦନ ମୋହନ ଓଝା, ଡି. ଉଦୟ ଭାସ୍କର ରାଓ, ଦାମ୍ବରୁଧର ତ୍ରିପାଠୀ, ସଞ୍ଜୟ କୁମାର ପାଢ଼ୀ, ଭୀମ ବେହେରା ଏବଂ ଗୁପ୍ତେଶ୍ୱର ସାହୁ ପ୍ରମୁଖ ଏଏନ୍ଓମାନେ ଶିବିର ପରିଚାଳନା ଓ କ୍ୟାଡେଟ୍ମାନଙ୍କ ପ୍ରଶିକ୍ଷଣରେ ସହଯୋଗ କରୁଛନ୍ତି।
ସେହିପରି ପିଆଇ ଷ୍ଟାଫ୍ ଭାବେ ସୁବେଦାର ପବନ କୁମାର, ସୁବେଦାର ଜଗଦୀଶ ପ୍ରସାଦ, ହାବିଲଦାର ମାନକ ଚନ୍ଦ, ହାବିଲଦାର ବିକ୍ରମ ସିଂହ, ହାବିଲଦାର ଓବର ସିଂହ, ହାବିଲଦାର ହରପ୍ରୀତ ସିଂହ, ହାବିଲଦାର ଅମରଜିତ ଯାଦବ, ହାବିଲଦାର ରମଣ ସିଂହ ଏବଂ ଏନସିଇ ଦେବେନ୍ଦ୍ର ଥାପା ପ୍ରମୁଖ କ୍ୟାଡେଟ୍ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଶିବିର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ୟୁନିଟ୍ର ବରିଷ୍ଠ କିରାଣୀ ମନୋରଞ୍ଜନ ବାରିକ, ସୁଜିତ କୁମାର ଜାନି ଏବଂ ଜୁନିଅର କିରାଣୀ ଶ୍ରୀଧର ବିଶ୍ୱାଲ ମଧ୍ୟ ଏହି ଶିବିରରେ ସହଯୋଗ କରୁଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି