
ଭୁବନେଶ୍ୱର, ୦୨ ମଇ (ହି.ସ.)- ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଗତକାଲି ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟ, ରେଳଷ୍ଟେସନ ନିକଟସ୍ଥ ଇଷ୍ଟକୋଷ୍ଟ ରେଲୱେ ପୋଟର୍ସ ୟୁନିୟନ କାର୍ଯ୍ୟାଳୟ ଓ ରାଜଧାନୀ ଅଟୋଚାଳକ ସଂଘ, ମାଷ୍ଟରକ୍ୟାଂଟିନ ଛକଠାରେ ବିଶିଷ୍ଟ ଶ୍ରମିକ ନେତା ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ସୁର ଜେନା ଲାଲ୍ ପକାକା ଉତୋଳନ କରିଥିଲେ। ଏହାପରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ଏଆଇଟିୟୁସି ଓ ସିପିଆଇର ଶତାଧିକ ପୁରୁଷ ଓ ମହିଳାଙ୍କ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା, ବାଦ୍ୟଯନ୍ତ୍ର ସହ ଭଗବତୀ ଭବନଠାରୁ ବାହାରି ରାଜମହଲ ଛକ, ମାଷ୍ଟରକ୍ୟାଂଟିନ ଛକ ପରିକ୍ରମା କରି ଅଶୋକନଗରସ୍ଥିତ ଓମ୍ଫେଡ଼ ଛକଠାରେ ପହଂଚିଥିଲା ଓ ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ମଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉପସ୍ଥାପନ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକମାନଙ୍କ ସମସ୍ୟା ତଥା ଶ୍ରମ ଆଇନ ନାମରେ ବିଜେପି ସରକାରର ଶ୍ରମିକମାନଙ୍କୁ ଶୋଷଣ ଓ ପୁଞ୍ଜିପତି ତୋଷଣ ନୀତିର ତୀବ୍ର ସମାଲୋଚନା କରି ୪ ଶ୍ରମକୋଡ୍କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା