
ଭୁବନେଶ୍ୱର, ୦୨ ମଇ (ହି.ସ.)- ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଚଳିତ ମାସ ୮ରୁ ୧୮ ତାରିଖ ମଧ୍ୟରେ ଫର୍ମ ପୂରଣ ହେବ। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା