ବୃଦ୍ଧଙ୍କୁ ଗଳାକାଟି ହତ୍ୟା ମାମଲା, ଅଭିଯୁକ୍ତ ଗିରଫ
ଜୟପୁର, ୨ ମଇ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗ୍ରାମରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୁମୁଲିପୁଟ ଗ୍ରାମର ଟୁନା ପରଜା (୨୫) । ଗିରଫ ଅଭିଯୁକ୍ତ ଠାରୁ ଛୁରି ଜବତ ହୋଇଛି
ବୃଦ୍ଧଙ୍କୁ ଗଳାକାଟି ହତ୍ୟା  ମାମଲା, ଅଭିଯୁକ୍ତ ଗିରଫ


ବୃଦ୍ଧଙ୍କୁ ଗଳାକାଟି ହତ୍ୟା  ମାମଲା, ଅଭିଯୁକ୍ତ ଗିରଫ


ଜୟପୁର, ୨ ମଇ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗ୍ରାମରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୁମୁଲିପୁଟ ଗ୍ରାମର ଟୁନା ପରଜା (୨୫) । ଗିରଫ ଅଭିଯୁକ୍ତ ଠାରୁ ଛୁରି ଜବତ ହୋଇଛି । ଏନେଇ ଜୟପୁର ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଉପସ୍ଥିତ ରହି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରି ରାମସାଦ କେବି, ଇନସପେକ୍ଟର ସଚିନ୍ଦ୍ର ପ୍ରଧାନ, ମାମଲାର ତଦନ୍ତ ଅଧିକାରି ଏସଆଇ ପ୍ରମୋଦ ପାଣି ଉପସ୍ଥିତ ଥିଲେ । ସୂଚନା ଅନୁଯାଇ, ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁ ନାଳ ଭିତରେ ରଘୁନାଥ ଗୌଡ (୬୦)ଙ୍କ ମୃତଦେହ ପଡିଥିଲା । ଯାହାକି ବେକରେ କ୍ଷତବିକ୍ଷତ ଚିହ୍ନ ରହିଛି । ଏହାକୁ ନେଇ ରଘୁନାଥଙ୍କ ପୁଅ ଭଗବାନ ଗୌଡ ଜୟପୁର ସଦର ଥାନାରେ ଗତ ୨୭ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ରଘୁନାଥ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ କୁମୁଲିପୁଟରୁ ଫାମ୍ପୁଣି ଚା ପିଇବାକୁ ଯାଆନ୍ତି । ଗତ ୨୭ ତାରିଖରେ ମଧ୍ୟ ରଘୁନାଥ ଗ୍ରାମରେ ଥିବା ଚା ଦୋକାନକୁ ଚା ପିଇବାକୁ ଯାଇ ଆଉ ଫେରିନଥିଲେ । ଫେରିବା ବିଳମ୍ବ ହେବାରୁ ପୁଅ ଭଗବାନ ସେଠାକୁ ଯାଇ ଏପରି ଅଭାବନିୟ ଘଟଣା ଦେଖିଥିଲେ । ମୃତ ରଘୁନାଥଙ୍କ ଉପରେ ସାଇକେଲ ପଡିଥିଲା । ଡାହାଣପଟ ବେକ କଟି ହତ୍ୟା କରାଯାଇଛି । ସେ ଜାଣି ସନ୍ଦେହରେ ଜୟପୁର ସଦର ଥାନାରେ କେତେକ ଗ୍ରାମବାସୀଙ୍କ ନାମ ଉଲ୍ଲେଖ କରି ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ଜୟପୁର ସଦର ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳର ତଦନ୍ତ ଆରମ୍ଭ କରିଥିଲା ମୃତ ବୃଦ୍ଧର ଶବକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ତଦନ୍ତ କରି ଉକ୍ତ ଗ୍ରାମର ଟୁନା ପରଜାକୁ ଗିରଫ କରିଥିଲା । ପ୍ରଥମେ ଅଭିଯୁକ୍ତ ପଥର ଦ୍ୱାରା ଆକ୍ରମଣ କରି ନାଳରେ ପକାଇଥିଲା । ପରେ ନିଜ ପାଖରେ ରଖିଥିବା ଛୁରି ଦ୍ୱାରା ବେକକୁ ଆକ୍ରମଣ କରିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟାଇଥିବା ପୋଲିସ ଆଗରେ ବୟାନ ଦେଇଥିଲା ଅଭିଯୁକ୍ତ । ହତ୍ୟା ସମୟରେ ପିନ୍ଧିଥିବା ସାର୍ଟକୁ ନିଆଁ ଲଗାଇ ଦେଇଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande