ଟାର୍ଗେଟରେ ପଞ୍ଚାୟତ ଓ ପୌର ନିର୍ବାଚନ : ମହିଳା ଭୋଟରଙ୍କ ଉପରେ ସବୁ ଦଳର ନଜର
ଜୟପୁର, ୨୧ ମଇ (ହି.ସ.)- ଆଗକୁ କୋରାପୁଟ ଜିଲ୍ଲା ସମେତ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାର ସମ୍ଭାବନା ରହିଥିବା ବେଳେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । କୋରାପୁଟ ଜିଲ୍ଲାରେ ଆଉ ହାତରେ ୮-୯ ମାସର ମହଲତ ବାକି ରହିଛି । ଏବେ ଠାରୁ ମହିଳା
ଟାର୍ଗେଟରେ ପଞ୍ଚାୟତ ଓ ପୌର ନିର୍ବାଚନ ମହିଳା ଭୋଟରଙ୍କ ଉପରେ ସବୁ ଦଳର ନଜର


ଜୟପୁର, ୨୧ ମଇ (ହି.ସ.)- ଆଗକୁ କୋରାପୁଟ ଜିଲ୍ଲା ସମେତ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାର ସମ୍ଭାବନା ରହିଥିବା ବେଳେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । କୋରାପୁଟ ଜିଲ୍ଲାରେ ଆଉ ହାତରେ ୮-୯ ମାସର ମହଲତ ବାକି ରହିଛି । ଏବେ ଠାରୁ ମହିଳା ଭୋଟ ହାତେଇବାକୁ କୋରାପୁଟ ଜିଲ୍ଲାରେ ୫ଟି ନିର୍ବାଚନ ମଣ୍ଡଳୀରେ ସବୁ ଦଳ ଲାଗି ପଡ଼ିଲେଣି । ଉଭୟ ଶାସକ ଓ ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇ ମହିଳାଙ୍କ ପାଇଁ ସ୍ୱର ତେଜିଲେଣି । ପଶ୍ଚିମବଙ୍ଗରୁ ତାମିଲନାଡ଼ୁ, କେରଳରୁ ଆସାମ ଶକ୍ତି ଦେଖାଇଛନ୍ତି ମହିଳା ମତଦାତା । ସରକାର ହଟାଇବା ଠାରୁ ନୂଆ ସରକାର ଗଢ଼ିବା ଯାଏ ସବୁଠୁ ବଡ଼ ଭୂମିକା ନେଇଛନ୍ତି ମହିଳା ଭୋଟର । ବିଜେଡି ରାଜ୍ୟବ୍ୟାପୀ ଆରମ୍ଭ କରିଛି ନାରୀ ଅଧିକାର ଅଭିଯାନ । ପ୍ରତି ନିର୍ବାଚନମଣ୍ଡଳୀରେ ମହିଳାଙ୍କ ପାଇଁ ବିଜେଡି ଆସନ୍ତା ୨୫ ତାରିଖ ଯାଏଁ ବିକ୍ଷୋଭ ଚଳାଇଛି । ଖାଲି ସେତିକି ନୁହେଁ, ରାଜ୍ୟରେ ବିଭିନ୍ନ ନାରୀ ନିର୍ଯାତନା ଓ ହିଂସା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇବାକୁ ବିଜେଡି ଲାଗି ପଡ଼ିଛି । ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି କୌଣସି ପ୍ରସଙ୍ଗ ମିଳିଲେ ସରକାରଙ୍କୁ ସିଧା ଆକ୍ରମଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି । ନାରୀ ନିର୍ଯାତନା, ନାରୀ ଶକ୍ତି ବନ୍ଧନ ଅଧିନିୟମ ଲାଗୁ ଦାବି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଶାଲ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳିଛି । ନାରୀ ଶକ୍ତି ପାଇଁ ଶାସକ ବିଜେପି ମଧ୍ୟ ନିୟମିତ ରାସ୍ତାକୁ ଓହ୍ଲାଉଛି । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ନହେବା ପରେ ସିଧା ବିଜେଡି ଓ କଂଗ୍ରେସକୁ ଦାୟୀ କରି ବିଜେପି ପକ୍ଷରୁ ରାଜ୍ୟ ସାରା ମହିଳା ଆକ୍ରୋଶ ରାଲି ଜାରି ରଖିଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର ସବୁ ବଡ଼ ନେତା ଏଥିରେ ସାମିଲ ହୋଇ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ବିରୋଧୀ ମଧ୍ୟ ଏ ପ୍ରସଙ୍ଗରେ ପାଲଟା ଆକ୍ରମଣ କରି ବିଜେପି ବିରୋଧରେ ପ୍ରଚାର ଚଳାଇଛନ୍ତି । ଉଭୟ ପଟୁ ଆକ୍ରମଣ- ପ୍ରତି ଆକ୍ରମଣ ଜାରି ରହିଛି । କେବଳ ସେତିକି ନୁହେଁ, ବୁଥ ସ୍ତରରେ ମହିଳା ଭୋଟକୁ ନିଜ ଆଡ଼କୁ ନେବା ପାଇଁ ତିନି ପ୍ରମୁଖ ଦଳ

ରଣନୀତି ଚଳାଇଛନ୍ତି । ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି। ବିଜେଡି ଯେଉଁ ମହିଳା ଭୋଟ ବଳରେ ୨୪ ବର୍ଷ ଶାସନରେ ରହିଥିଲା, ବିଜେପି ବି ଅନୁରୂପ ସେଇ ଫର୍ମୁଲା ଲାଗୁ କରୁଥିବା ଲକ୍ଷ୍ୟ କରାଯାଇଛି । ତିନି ପ୍ରମୁଖ ଦଳର ମହିଳା ସଂଗଠନ ଏବେ ସକ୍ରିୟ ହୋଇପଡ଼ିଛନ୍ତି ।

ବିଗତ କିଛି ବର୍ଷ ହେବ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳା ଭୋଟ ନିର୍ଣ୍ଣାୟକ ଭୂମିକା ନେଉଛି । ଓଡ଼ିଶାରେ ବି ଏହି ଟ୍ରେଣ୍ଡ ଦେଖିବାକୁ ମିଳିଛି । ୨୦୨୪ ନିର୍ବାଚନରେ ରାଜ୍ୟରେ ମହିଳାଙ୍କ ମତଦାନ ହାର ଥିଲା ୭୫.୫୫% । ୨୦୧୯ରେ ବି ମହିଳାଙ୍କ ମତଦାନ ହାର ପୁରୁଷଙ୍କ ଠାରୁ ଅଧିକ ରହିଥିଲା । ବିଜେଡି ଓ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ନିରଙ୍କୁଶ ଶାସନ ପଛରେ ସବୁଠାରୁ ବଡ଼ ଶକ୍ତି ଥିଲା ମହିଳାଙ୍କ ସମର୍ଥନ । ମିଶନ ଶକ୍ତି ମାଧ୍ୟମରେ ଗାଁ ଗାଁରେ ପ୍ରତି ଘରେ ନବୀନଙ୍କ ଭୋଟ ବ୍ୟାଙ୍କ ପହଞ୍ଚିଥିଲା । ୨୦୨୪ରେ ବିଜେପିର ସୁଭଦ୍ରା ଯୋଜନା ଘୋଷଣା ନବୀନଙ୍କ ମିଶନ ଶକ୍ତି ଭୋଟବ୍ୟାଙ୍କକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା । ୨୦୨୭ ଫେବ୍ରୁଆରୀ ବେଳକୁ ହୋଇପାରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ । ପୌର ଓ ପଞ୍ଚାୟତରେ ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ । ଏମିତିରେ ମହିଳା ଭୋଟ୍ ର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ । ତେଣୁ ମହିଳାଙ୍କ ପାଇଁ ଆଗକୁ ଆହୁରି ଦରଦ ଦେଖାଇବେ ରାଜନୈତିକ ଦଳ । ରାଜ୍ୟରେ ମହିଳାଙ୍କୁ ନିଜ ଦଳ ସପକ୍ଷରେ ଆଣିବା ପାଇଁ ୩ ପ୍ରମୁଖ ଦଳ ଲାଗି ପଡିଛନ୍ତି । ଜୟପୁରରେ ମଧ୍ୟ ଜିଲା କଂଗ୍ରେସ ତରଫରୁ ନାରୀ ଶକ୍ତି ବନ୍ଧନ ଅଧିନିୟମ ଲାଗୁ ଦାବିରେ ମଶାଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନିକ୍ଷୀ ବାହିନିପତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ରହି ବିକ୍ଷୋଭ କରିଥିଲେ । ନାରୀ ଶକ୍ତି ବନ୍ଧନ ଅଧିନିୟମ -୨୦୨୩ କୁ ବିନା ବିଳମ୍ବରେ ତୁରନ୍ତ କାର୍ଯ୍ୟକରୀ କରିବା ଦାବିରେ ମହିଳା କ˚ଗ୍ରେସ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ମଶାଲ ଶୋଭାଯାତ୍ରା କରାଯାଇଥିବା ବେଳେ ଜୟପୁର ଠାରେ ଜିଲ୍ଲା କ˚ଗ୍ରେସ କମିଟି ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବିଧାୟକ ତାରା ପ୍ରସାଦ ବାହିନୀପତି, ଜିଲ୍ଲା କ˚ଗ୍ରେସ ସଭାପତି ରୁପକ ତୁରୁକଙ୍କ ସମେତ ମହିଳା ଯୁବ କ˚ଗ୍ରେସ ଓ ବ୍ଲକ କ˚ଗ୍ରେସ କର୍ମକର୍ତ୍ତାମାନେ ରାଜନହର ଠାରୁ ମଶାଲ ଶୋଭାଯାତ୍ରାରେ ବାହାରି ଟ୍ରାଫିକ ଛକ ନିକଟରେ ପହଁଚିଥିଲେ। କ˚ଗ୍ରେସ କର୍ମୀ ମାନେ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ଲୋକସଭା ଏବ˚ ସମସ୍ତ ରାଜ୍ୟ ବିଧାନ ସଭାରେ ମହିଳାଙ୍କ ପାଇଁ ଏକ ତୃତୀୟା˚ଶ (୩୩%)ସ୍ଥାନ ସ˚ରକ୍ଷଣ ସୁନିଶ୍ଚିତ କରିବା, ସୀମା ନିର୍ଦ୍ଧାରଣ ଏବ˚ ଜନଗଣନା ଆଳରେ ଏହି ଆଇନକୁ ଅଟକାଇ ନରଖି ତୁରନ୍ତ କାର୍ଯ୍ୟକାରୀ କରିବା, ଏହି ଆଇନ ମାଧ୍ୟମରେ ରାଜନୀତିରେ ମହିଳାଙ୍କ ସଶକ୍ତିକରଣ ଏବ˚ ସେମାନଙ୍କର ନିଷ୍ପତ୍ତି ନେବା କ୍ଷମତାକୁ ସୁଦୃଢ କରିବା ପାଇଁ ବ୍ୟବସ୍ଥା ରହିଛି ବୋଲି ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande