ବେଆଇନ ମାଟି ଉତୋଳନ ମାମଲାରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ପକ୍ଷଭୁକ୍ତ କରାଯାଉ : କଂଗ୍ରେସ
ଭୁବନେଶ୍ୱର, ୨୧ ମଇ (ହି.ସ.) - ପାରାଦ୍ୱୀପ କୁଜଙ୍ଗ ଅଂଚଳରେ ମାଫିଆଙ୍କ ବେଆଇନ ମାଟି ଖନନ ଓ ଏସବୁ କାର୍ଯ୍ୟକଳାପରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମ୍ପୃକ୍ତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଗୁରୁବାର କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟ
cong


ଭୁବନେଶ୍ୱର, ୨୧ ମଇ (ହି.ସ.) - ପାରାଦ୍ୱୀପ କୁଜଙ୍ଗ ଅଂଚଳରେ ମାଫିଆଙ୍କ ବେଆଇନ ମାଟି ଖନନ ଓ ଏସବୁ କାର୍ଯ୍ୟକଳାପରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମ୍ପୃକ୍ତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

ଗୁରୁବାର କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ପରିବେଶବିତ ଓ କଂଗ୍ରେସ ନେତା ସୁଧାଂଶୁ ଦେଓ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଓ ପିସିସି ମୁଖପାତ୍ର ଡଃ ଦେବାଶିଷ ଭୂୟାଁ ଇଡ଼କୋ ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ୨୦ ଏକର ବିଶିଷ୍ଟ ଏକ ଫାର୍ମ ହାଉସ ଏହି ଅଂଚଳରେ ଅଛି ଏବଂ ମାଟି ଖନନ ହୋଇ ତାଙ୍କ ଫାର୍ମ ହାଉସରେ ହଜାର ହଜାର ଟ୍ରିପ ମାଟି ପକା ଯାଉଛି । ଏହି ବେଆଇନ ମାଟି ଖନନ ମାଫିଆ ମାଷ୍ଟର ମାଇଣ୍ଡ ସବୁ ମନ୍ତ୍ରୀଙ୍କ ପାଖ ଲୋକ ଓ ତାଙ୍କ ଛତ୍ରଛାୟା ତଳେ ଥାଇ ଏସବୁ ବେନିୟମ କାର୍ଯ୍ୟରେ ଲିପ୍ତ ଅଛନ୍ତି । ମନ୍ତ୍ରୀଙ୍କ ସହ ଏମାନଙ୍କ ଫୋଟୋ ସବୁ ଘୁରି ବୁଲୁଛି ଓ କେତେ ଘନିଷ୍ଠ ତାହା ପ୍ରମାଣ କରୁଛି। ତେଣୁ ଏହି ଖନନ ଘଟଣାରେ ମନ୍ତ୍ରୀ ସମ୍ପଦ ସ୍ୱାଇଁକୁ ମଧ୍ୟ ପକ୍ଷଭୁକ୍ତ କରାଯାଇ ମାମଲା ରୁଜୁ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

ପାରାଦ୍ୱୀପ ଅଂଚଳ ବର୍ତମାନ ମାଟି ଓ ବାଲିରେ ମାଫିଆଗିରି ମାଧ୍ୟମରେ ଯେଭଳି ଲକ୍ଷ ଲକ୍ଷ ଟନ ମାଟି ଉତୋଳନ କରାଯାଉଛି । ଆଗାମୀ ଦିନରେ ଏହି ଅଂଚଳ ଏକ ବଡ଼ ପ୍ରାକୃତିକ ବିପର୍ଯୟ ଘଟିବା ସହ ଜୈବ ବିଭିଦତା ନଷ୍ଟ ହେବ ଓ କିଛି ବର୍ଷ ମଧ୍ୟରେ ଏହି ଅଂଚଳ ମରୁଭୂମି ପାଲଟିବ ବୋଲି ଉପସ୍ଥିତ କଂଗ୍ରେସ ନେତୃଗଣ ମତ ପ୍ରକାଶ କରିଥିଲେ। ଭବିଷ୍ୟତରେ ଏହାକୁ ରୋକା ନଗଲେ ବିରାଟ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande