
ଭୁବନେଶ୍ୱର, ୨୧ ମଇ (ହି.ସ.) - ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ସବୁ କୁଳପତିଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି ଉଚ୍ଚ ଶିକ୍ଷା ସଚିବ।
ବେଆଇନ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରିବା ପ୍ରସ୍ତାବ ନେଇ ଚେତାବନୀ ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗର ବିନା ଅନୁମତିରେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ôଥକ ବୋଝ ପଡ଼ୁଛି। ବ୍ୟାକ୍ ଡୋର ଏଂଟ୍ରିକୁ ସରକାର ବରଦାସ୍ତ କରିବେ ନାହିଁ। ନିୟମିତ କରିବା ନେଇ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ଏପରି ନିଯୁକ୍ତିର ଆର୍ôଥକ ବୋଝ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବହନ କରିବ। ଯେଉଁ ଅଧିକାରୀ ବେଆଇନ ନିଯୁକ୍ତି ଦେଇଥିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା