
ଭୁବନେଶ୍ୱର,୨୩ ମଇ (ହି.ସ.) - ଏକ ଗୁପ୍ତ ସୂଚନା ଆଧାରରେ ଭୁବନେଶ୍ୱର-କଟକ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ବ୍ରାଉନ ସୁଗାର କାରବାରର ପର୍ଦାଫାସ କରି ୨୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଏକମ୍ର କାନନ ପାର୍କ ପାଖରେ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭଦ୍ରକର ଫକ୍ରୁଦ୍ଦିନ ଖାନ (୪୪) ଏବଂ ଝାରଖଣ୍ଡର ଏମଡ଼ି. ବାଦଶା। ସେମାନଙ୍କ ଠାରୁ ୨୯୦ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ କିଆ ସେଲଟୋସ୍ କାର , ୩ ଟି ମୋବାଇଲ ଫୋନ ଏବଂ ନଗଦ ୧୦,୦୦୦ ଟଙ୍କା ଜବତ କରାଯାଇଛି। ଏନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଥାନା କେସ ନମ୍ବର ୧୩/୨୧.୦୫.୨୦୨୬ ରୁଜୁ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା