
ନୂଆଦିଲ୍ଲୀ, ୨୯ ମଇ (ହି.ସ.): କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ୧୨ ବର୍ଷ ପୂରଣ ଅବସରରେ ଜୁନ୍ ୧୦ରେ ଜାତୀୟ ଗଣତାନ୍ତ୍ରିକ ମେଂଟ(ଏନଡିଏ) ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଅଶୋକା ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ତାଙ୍କ କାର୍ଯ୍ୟକାଳର ସଫଳତାକୁ ପ୍ରଶଂସା କରି ଏକ ସ୍ୱତନ୍ତ୍ର ପ୍ରସ୍ତାବ ମଧ୍ୟ ଗୃହୀତ ହେବ। ଦଳୀୟ ସୂତ୍ର ଅନୁଯାୟୀ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଗତ ୧୨ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଏକ ଦେଶବ୍ୟାପୀ ଅଭିଯାନର ରୂପରେଖା ପ୍ରସ୍ତୁତ କରିବା। ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକର ଅଧ୍ୟକ୍ଷତା କରିବେ। ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ଅନ୍ୟ ଅନେକ ମନ୍ତ୍ରୀ ଉପସ୍ଥିତ ରହିବେ। ବୈଠକରେ ଗତ ୧୨ ବର୍ଷରେ ମୋଦୀ ସରକାରଙ୍କ ସଫଳତା, ସୁଶାସନ, ସାଂଗଠନିକ ସମନ୍ୱୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋଚନା କରାଯିବ। ଏହା କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକର ସମୀକ୍ଷା କରିବ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଉନ୍ନତ କରିବ।
--------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ