
କୋଲକାତା, ୩୧ ମଇ (ହି.ସ.)- ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଡାକ୍ତରଖାନାରେ ଭର୍ତି କରାନଯିବା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ସୃଷ୍ଟି ହୋଇଛି । ଭିଡ଼ିଓରେ ମମତା ବାନାର୍ଜୀ ବେଲ୍ ଭିଉ କ୍ଲିନିକ୍ ସିଇଓ ପ୍ରଦୀପ ଟଣ୍ଡନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଅଭିଷେକ ବାନାର୍ଜୀଙ୍କୁ ଭର୍ତି ନକରାଯିବା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।
ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଯେଉଁ ମାମଲାରେ ମମତା ବାନାର୍ଜୀ ଶନିବାର ରାତିରେ ହସ୍ପିଟାଲ କର୍ତୃପକ୍ଷଙ୍କ ଉପରେ ବିଜେପି ଏବଂ ପୋଲିସ ଅଧିକାରୀଙ୍କ ଚାପ ରହିଥିବା ନେଇ ଅଭିଯୋଗ ଆଣିଥିଲେ, ସେହି ମାମଲାରେ ଏବେ ସେ ନିଜେ ଡାକ୍ତରଖାନାର ଶୀର୍ଷ ଅଧିକାରୀଙ୍କ ଉପରେ ଚାପ ପକାଇଥିବା ଦେଖିବାକୁ ମିଳିଛି ।
ବିଜେପି ବିଧାୟକ ତରୁଣ ଜ୍ୟୋତି ତିୱାରୀ ଏହି ଭିଡ଼ିଓ ସେୟାର କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମମତା ବାନାର୍ଜୀ ଦୀର୍ଘ ସମୟ ଧରି ମିଛ ରାଜନୀତି କରୁଛନ୍ତି ଏବଂ ନିର୍ବାଚନ ବିଫଳତା ସତ୍ୱେ ତାଙ୍କ ମନୋଭାବ ବଦଳି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ