ସିଏମ ଟ୍ରଫି ଆନ୍ତ ଜିଲ୍ଲା ଚାମ୍ପିୟାନସିପ ଉଦଯାପିତ
ମାଲକାନଗିରି,୪ ମଇ (ହି.ସ.) - ନିୟମିତ କ୍ରିଡା ଶରୀରକୁ ସୁସ୍ଥ ରଖେ କ୍ଷ କ୍ରିଡା କେବଳ ଚିତବିନୋଦର ଏକ ଉପାୟ ନୁହେ, ବରଂ ଏହା ଆମ ସଂସ୍କୃତିର ଅଂଶ ଓ ଏକତାର ପ୍ରତୀକ। ଆଦିବାସୀ ବହୁଳ ଅଂଚଳରେ ବହୁ ପ୍ରତିଭା ବାନ କ୍ରୀଡାବିତ ରହିଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ କ୍ରୀଡାବିତ ମାନଙ୍କୁ ଉ
ସିଏମ ଟ୍ରଫି ଆନ୍ତ ଜିଲ୍ଲା   ଚାମ୍ପିୟାନସିପ ଉଦଯାପିତ


ମାଲକାନଗିରି,୪ ମଇ (ହି.ସ.) - ନିୟମିତ କ୍ରିଡା ଶରୀରକୁ ସୁସ୍ଥ ରଖେ କ୍ଷ କ୍ରିଡା କେବଳ ଚିତବିନୋଦର ଏକ ଉପାୟ ନୁହେ, ବରଂ ଏହା ଆମ ସଂସ୍କୃତିର ଅଂଶ ଓ ଏକତାର ପ୍ରତୀକ। ଆଦିବାସୀ ବହୁଳ ଅଂଚଳରେ ବହୁ ପ୍ରତିଭା ବାନ କ୍ରୀଡାବିତ ରହିଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରି ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦେବା ପାଇଁ ଏଭଳି ଟ୍ରଫି ବେଶ ସହୟାକ ହେବ । ଆଗାମୀ ୨୦୩୬ ରେ ପ୍ରଧାନମନ୍ତ୍ରୀ ଆମ ଦେଶରେ ଅଲମ୍ପିକ୍ସ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ଅଲମ୍ପିକ୍ସରେ ଆମ ଜିଲ୍ଲାର କ୍ରୀଡ଼ାବିତମାନେ ମଧ୍ୟ ଭାଗ ନିଶ୍ଚୟ ନେବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପ୍ରକାଶ କରିଛନ୍ତି । ମାଲକାନଗିରି ସ୍ପୋର୍ଟସ କମ୍ପେ୍ଲକ୍ସଠାରେ ଅନୁଷ୍ଠିତ ସିଏମ ଟ୍ରଫି ଆନ୍ତ ଜିଲ୍ଲା ଫୁଟବଲ, କବାଡି, ଭଲିବଲ ଓ ଖୋ ଖୋ ଚାମ୍ପିୟାନସିପର ଉଦଯାପନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ଜିଲ୍ଲାପାଳ ପ୍ରଥମେସ ଅରବିନ୍ଦ ରାଜଶିର୍କେ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଏଥେଲେଟିକ ସଂଘର ସମ୍ପାଦକ ରାମହରି ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ମୁନ୍ନା ତୁରୁକ ଯୋଗ ଦେଇଥିଲେ । ଗତ ମାସ ୨୦ ତାରିଖରେ ଆରମ୍ଭ ହୋଇଥିବା ସିଏମ କପ ଟ୍ରଫି ଫୁଟବଲ, ଭଳିବଲ, କବାଡି, ଖୋ ଖୋ ଭଳି କ୍ରିଡାରେ ଜିଲ୍ଲାର ୭ଟି ବ୍ଲକରୁ ବିଭିନ୍ନ ଦଳର ୯୦୦ ରୁ ଉର୍ଦ୍ଧ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ । ଏହି ଉଦଯାପନୀ ଉତ୍ସବରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ତେବେ ଖୋ ଖୋ ମହିଳା ବର୍ଗରେ ଜିଲ୍ଲାର ବାଲିମେଳା ଦଳ ବିଜେତା ହୋଇଥିବା ବେଳେ ଚିତ୍ରକୋଣ୍ଡା ଦଳ ରନର୍ସ ଅଫ ହୋଇଥିଲା। ସେହିପରି ପୁରୁଷ ବର୍ଗ ଖୋ ଖୋ ରେ ବାଲିମେଳା ଦଳ ବାଜିମାତ କରିଥିବା ସହ ପଡିଆ ଦଳ ରନର୍ସ ଅଫ ହୋଇଥିଲା। କବାଡି ମହିଳା ବର୍ଗରେ ମାଲକାନଗିରି ଦଳ ବିଜୟୀ ଓ କାଲିମେଳା ଦଳ ରନର୍ସ, କବାଡି ପୁରୁଷ ବର୍ଗରେ ବାଲିମେଳା ଦଳ ଚମ୍ପିୟାନ ଓ ପଡିଆ ଦଳ ରନର୍ସ, ଭଲିବଲ ପୁରୁଷ ବର୍ଗରେ ଖଇରପୁଟ ଦଳ ବିଜେତା ଓ ପଡିଆ ଦଳ ରନର୍ସ, ଭଲିବଲ ମହିଳା ବର୍ଗରେ ମାଲକାନଗିରି ଦଳ ବିଜେତା ହୋଇଥିବା ସହ ପଡିଆ ଦଳ ରନର୍ସ ହୋଇଥିଲା। ସେହିପରି ଫୁଟବଲ ମହିଳା ବର୍ଗରେ ଚିତ୍ରକୋଣ୍ଡା ଦଳ ବିଜୟୀ ହୋଇଥିବା ସହ କାଲିମେଳା ଦଳ ରନର୍ସ ଏବଂ ପୁରୁଷ ବର୍ଗର ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମାଲକାନଗିରି ବ୍ଲକ ମାରଙ୍ଗବୁରୁ ଦଳ ୨-୧ଗୋଲରେ ମାଲକାନଗିରି ପୌର ପରିଷଦର ଏଲେଭେନ ଷ୍ଟାର ଦଳକୁ ପରାଜିତ କରିଥିଲା। ଆଗାମୀ ଦିନରେ ଏଠାକାର ଶ୍ରେଷ୍ଠ ମନୋନୀତ କ୍ରୀଡ଼ାବିତ ବ୍ରହ୍ମପୁର ଠାରେ ହେବାକୁ ଥିବା ଜୋନାଲ ସ୍ତରୀୟ କ୍ରିଡାରେ ଭାଗ ନେବେ ଏବଂ ସେଠାରେ ସଫଳତା ପାଇଲେ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିବେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande