
ଭାଜପାରେ ବଡ଼ ମିଶ୍ରଣ ପର୍ବ: ଶତାଧିକ ବିଜେଡି କର୍ମୀଙ୍କ ଯୋଗଦାନ
ଝାରସୁଗୁଡ଼ା, 06 ମେ (ହି.ସ.)ଝାରସୁଗୁଡ଼ା ସହରର ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ବୁଧବାର ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଝାରସୁଗୁଡ଼ା ସଦର ବ୍ଲକର ଏଚ. କଣ୍ଟାପାଲି ଗ୍ରାମ ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ବିଧାୟକ ତ୍ରିପାଠୀଙ୍କ ଜନହିତକର କାର୍ଯ୍ୟ ଓ ଭାଜପାର ନୀତି-ଆଦର୍ଶରେ ପ୍ରେରିତ ହୋଇ ସେମାନେ ଦଳରେ ଯୋଗଦେଇଥିବା କଥା କହିଥିଲେ।
ଏହି ମିଶ୍ରଣ ପର୍ବରେ ଭାରତୀୟ ସିଂ, ଚତ୍ରୁ ସିଂ, ଝରଣା ସିଂ, ଝରଣା ସେଠ୍, ଜ୍ୟୋତି ବେସନ, ପ୍ରତାପ ତାଣ୍ଡିଆ, ଦୌଲତ କୁସୁମ, ରୁକ୍ମଣ ତାଣ୍ଡିଆ, ପୁଷ୍ପା ବାଦୀ, ଶମ୍ଭୁ ମହାନନ୍ଦ, ବାବୁଲାଲ ବୁଡା, ଗୁଡୁ ତାଣ୍ଡିଆ ଓ ମୁନୁପିଲା ମହାନନ୍ଦଙ୍କ ସହିତ ଅନେକ କର୍ମୀ ଭାଜପାରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ମଣ୍ଡଳ ସଭାପତି ହେମରଞ୍ଜନ ସିଂ, ପ୍ରମୋଦ ତ୍ରିପାଠୀ, ଭରତ ପାଣିଗ୍ରାହୀ, ପ୍ରଭାତ ପଟେଲ, ନରୋତ୍ତମ ସେଠ୍, ମୁରାରୀ ସାହୁ, ସୁବଳ ପଟେଲ, ପଦ୍ମିନୀ ପଟେଲ, ଅନୁପ ପଟ୍ଟନାୟକ, ଚମ୍ପୁ ରକ୍ସା ଓ ରଜନୀ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।
ନୂତନ କର୍ମୀଙ୍କ ଯୋଗଦାନ ଫଳରେ ଅଞ୍ଚଳରେ ଭାଜପା ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ଆଶା ପ୍ରକଟ କରିଛନ୍ତି। ସ୍ଥାନୀୟ ରାଜନୀତିରେ ଏହି ମିଶ୍ରଣ ପର୍ବକୁ ଏକ ବଡ଼ ପରିବର୍ତ୍ତନର ସୂଚନା ବୋଲି ଚର୍ଚ୍ଚା ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ