ମହୀଧର ରଣା ହେଲେ ବୌଦ୍ଧ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି
ବୌଦ୍ଧ , 06 ମେ (ହି.ସ.) ନିର୍ବାଚନରେ ପରାଜୟ ପରେ ଜିଲାର ବିଜେଡି ସଂଗଠନ ଶିଥଳ ପଡିଯାଉଥିବା ଦେଖାଯାଉଛି l କାଁ ଭାଁ କାର୍ଯ୍ୟକ୍ରମ ହେବା ସହ କର୍ମୀ ଓ ପୁରୁଖା ନେତା ମାନେ ଦଳ ଓ ସଂଗଠନ ଠାରୁ ମୁଂହ ଫେରାଇ ନେଇଥିବା ଦେଖାଯାଉଛି l ଇତିମଧ୍ୟରେ ଅନେକ ନିର୍ବାଚିତ ପ୍ରତିନିଧି , ବରିଷ୍ଠ କର୍ମୀ ଓ ପୁରୁଖା
ନୂତନ ନିଯୁକ୍ତି ସାଜିବ କି ସଂଜୀବନୀ ? ମହିଧର ରଣା ହେଲେ ବୌଦ୍ଧ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି


ବୌଦ୍ଧ , 06 ମେ (ହି.ସ.) ନିର୍ବାଚନରେ ପରାଜୟ ପରେ ଜିଲାର ବିଜେଡି ସଂଗଠନ ଶିଥଳ ପଡିଯାଉଥିବା ଦେଖାଯାଉଛି l କାଁ ଭାଁ କାର୍ଯ୍ୟକ୍ରମ ହେବା ସହ କର୍ମୀ ଓ ପୁରୁଖା ନେତା ମାନେ ଦଳ ଓ ସଂଗଠନ ଠାରୁ ମୁଂହ ଫେରାଇ ନେଇଥିବା ଦେଖାଯାଉଛି l ଇତିମଧ୍ୟରେ ଅନେକ ନିର୍ବାଚିତ ପ୍ରତିନିଧି , ବରିଷ୍ଠ କର୍ମୀ ଓ ପୁରୁଖା ନେତା ମାନେ ଦଳ ତ୍ୟାଗ କରି ଶାସକ ଗୋଷ୍ଠିରେ ସାମିଲ ହୋଇଛନ୍ତି l ଯଦିଓ ଏହାକୁ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଦଳରୁ ଯାଇଥିବା ଓ ଦଳର ଅଳିଆ ସଫା ହୋଇଥିବା ଅନେକ ବିଜେଡି ନେତା ମତ ଦେଉଛନ୍ତି l ତଥାପି ଜିଲାରେ ରହିଥିବା ଜ୍ୱଳନ୍ତ ସମସ୍ୟା , ଅସୁବିଧା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ନେଇ ଦଳୀୟ ନେତାମାନେ କ୍ରମାଗତ ଲଢେଇ କରିବା ସହିତ ଜନ ଆନ୍ଦୋଳନ ନକଲେ ଦଳୀୟ ସଂଗଠନ ଶିଥିଳ ହେବା ସହ ଲୋକଙ୍କ ଠାରୁ ଦୂରେଇଯିବାର ସମ୍ଭାବନା ରହିଛି l ତେବେ ଦେଖାଯାଉ ବିଜେଡି ରାଜ୍ୟ ସଭାପତିଙ୍କ ଦ୍ୱାରା ଦିଆଯାଇଥିବା ନୂତନ ନିଯୁକ୍ତି କେତେ ପରିମାଣରେ ସଂଜିବନୀର କାମ କରୁଛି l ବୌଦ୍ଧଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବରେ କଣ୍ଟାମାଳର ପୁର୍ବତନ ବିଧାୟକ ମହିଧର ରଣାଙ୍କ ନାମ ଆଜି ଘୋଷଣା କରାଯାଇଥିବା ବେଳେ ବିଜୁ ଜନତା ଦଳର ପୂର୍ବତନ ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବରେ ନିଯୁକ୍ତି ମିଳିଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ରଣା ପୂର୍ବରୁ କଣ୍ଟାମାଳର ବିଧାୟକ ଭାବରେ ଦୁଇଥର ନିର୍ବାଚିତ ହୋଇଥିବା ବେଳେ ଆଗରୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଓ ଜିଲ୍ଲା ସଭାପତି ଭାବରେ ଦାୟୀତ୍ୱ ତୁଲାଇ ଥିଲେ । ଶ୍ରୀ ରଣାଙ୍କ ନାମ କାର୍ଯ୍ୟକାରୀ ସଭାପତି ଭାବରେ ନାମ ଘୋଷଣା ହେବାରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସେହିପରି ରାଜ୍ୟ ସଂପାଦକ ଶ୍ରୀ ସାହୁ ପୂର୍ବରୁ ଦଳର ଜିଲ୍ଲା ଯୁବ ବିଜେଡି ଭାବରେ ଦୀର୍ଘ ବର୍ଷ ହେବ ଦାୟୀତ୍ୱ ତୁଲାଇ ଥିଲେ । ଏହାସହ ଯୁବ ବିଜେଡିର ଜୋନାଲ ସଭାପତି ଏବଂ ପରେ ରାଜ୍ୟ ଯୁଗ୍ମ ସଂପାଦକ ଭାବରେ ଦାୟୀତ୍ୱ ତୁଲାଇ ଆସୁଥିଲେ । ପୂର୍ବତନ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପାଖଲୋକ ଭାବରେ ଜଣାଶୁଣା । ତାଙ୍କର ନିଯୁକ୍ତି ଖବର ପ୍ରଚାରିତ ହେବାମାତ୍ରେ ଦଳିୟ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଉଭୟ ନେତାଙ୍କୁ ଦଳର ସଂଗଠନ ଦାୟୀତ୍ୱ ମିଳିବା ପରେ ଜିଲ୍ଲାରେ ଦଳିୟ ସଂଗଠନ ମଜବୁତ ହେବ ବୋଲି ଦଳିୟ ମହଲରେ ଆଲୋଚନା ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande