ଆନ୍ତଃ ଜିଲ୍ଲା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଦ୍ୱିତୀୟ ଦିବସ ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଓ ସୁବର୍ଣ୍ଣପୁର ବିଜୟୀ
ବଲାଙ୍ଗିର, 02 ଜୁନ୍ (ହି.ସ.) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଦ୍ୱିତୀୟ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ ବରଗଡ଼ ୧୪-୦ ଗୋଲରେ ସମ୍ବଲପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡ଼ା ସଂସଦର କାଉନସିଲ ସ
ଆନ୍ତଃ ଜିଲ୍ଲା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଦ୍ୱିତୀୟ ଦିବସ   ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଓ ସୁବର୍ଣ୍ଣପୁର ବିଜୟୀ


ବଲାଙ୍ଗିର, 02 ଜୁନ୍ (ହି.ସ.)

: ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଦ୍ୱିତୀୟ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ ବରଗଡ଼ ୧୪-୦ ଗୋଲରେ ସମ୍ବଲପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡ଼ା ସଂସଦର କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ମୟୂରଭଞ୍ଜ କ୍ରୀଡ଼ା ଛାତ୍ରାବାସ କୋଚ ଅବନିମୋହନ ମହାନ୍ତି, ସଂସଦର ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର ଓ ସଦସ୍ୟ ଭୂପେନ୍ଦ୍ର ପ୍ରସାଦ ସିଂ ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡ଼ା. ସିଦେ୍ଧଶ୍ୱର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ଶୁଭ୍ରଜିତ ସ୍ୱାଇଁ, ମଳୟ ଘିଭେଲା ଓ ଦେବାଶିଷ ବାଗ ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳକ ଖେଳରେ ସୋନପୁର ୧୬-୦ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହେଲା । ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର ମଂଚାସୀନ ଥିଲେ । ଖେଳକୁ ମଳୟ ଘିଭେଲା, ପପୁନ ବେହେରା, ଗୌରହରି ପୁଟେଲ ଓ ସଦାନନ୍ଦ ସାହୁ ପରିଚାଳନା କରିଥିଲେ । ଉଭୟ ବାଳକ ବର୍ଗ ଖେଳରେ ନବୀନ ନାଏକ ମ୍ୟାଚ୍ କମିଶନର ଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ବାଳିକା ବର୍ଗ ପ୍ରଥମ ଖେଳରେ ବରଗଡ଼଼ ୩-୧ ଗୋଲରେ ସମ୍ବଲପୁରକୁ ହରାଇ ବିଜୟୀ ହୋଇଛି । ଓଡ଼ିଶା ଫୁଟବଲ ଏସୋସିଏସନ୍ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନ ଖେଳରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଜିଲ୍ଲା କ୍ରୀଡ଼ାଧିକାରୀ ପରାସର ବାଗ ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ସୀତା ମାରାଣ୍ଡି, ଯଶୋବନ୍ତ ମାଝୀ, ମନୋରଞ୍ଜନ ମାଝୀ ଓ ଅନିଷା ମହାନନ୍ଦ ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନରେ ବାଳିକା ବର୍ଗ ଖେଳରେ ସୁବର୍ଣ୍ଣପୁର ୫-୧ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହେଲା । ଖେଳକୁ ଯଶୋବନ୍ତ ମାଝୀ, ମନୋରଞ୍ଜନ ମାଝୀ, ମାମା ସିଂ ଓ ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ । ଉଭୟ ବାଳିକା ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande