ବନ୍ଧକଟାର ପୁନଃରୁଦ୍ଧାରକାମ ଏକ ଐତିହାସିକ ପଦକ୍ଷେପ,ସହଯୋଗ କରିବାକୁ ନିବେଦନ ଐତିହାସିକପୁସ୍କରିଣୀଗୁଡିକ ସହିତ ବଲାଙ୍ଗୀରବାସୀଙ୍କ ଭାବଗତସମ୍ପର୍କ ରହିଛି-ବିଧାୟକ କଳିକେଶ
ବଲାଙ୍ଗିର, 02 ଜୁନ୍ (ହି.ସ.) -ବଲାଙ୍ଗୀର ସହରରେ ରାଜୁଡା ଅମଳରୁ ରହିଆସିଥିବା ବନ୍ଧକଟାଗୁଡିକ ସହିତ ବଲାଙ୍ଗୀରବାସୀ ଓ ଆମପରିବାରର ଭାବଗତସଂମ୍ପର୍କ ରହିଆସିଛି । ଶହଶହ ବର୍ଷଧରି ଆମ ବାପଅଜାଠାରୁ ଆରମ୍ଭ ବଲାଙ୍ଗୀର ସହରବାସୀ ଏହାର ପାଣିକୁ ବ୍ୟବହାର କରିଆସୁଛନ୍ତି । ଏବେ କିଛିବର୍ଷ ହେଲା ବନ୍ଧଗୁଡିକର
ବନ୍ଧକଟାର ପୁନଃରୁଦ୍ଧାରକାମ ଏକ ଐତିହାସିକ ପଦକ୍ଷେପ,ସହଯୋଗ କରିବାକୁ ନିବେଦନ ଐତିହାସିକପୁସ୍କରିଣୀଗୁଡିକ ସହିତ ବଲାଙ୍ଗୀରବାସୀଙ୍କ ଭାବଗତସମ୍ପର୍କ ରହିଛି-ବିଧାୟକ କଳିକେଶ


ବନ୍ଧକଟାର ପୁନଃରୁଦ୍ଧାରକାମ ଏକ ଐତିହାସିକ ପଦକ୍ଷେପ,ସହଯୋଗ କରିବାକୁ ନିବେଦନ ଐତିହାସିକପୁସ୍କରିଣୀଗୁଡିକ ସହିତ ବଲାଙ୍ଗୀରବାସୀଙ୍କ ଭାବଗତସମ୍ପର୍କ ରହିଛି-ବିଧାୟକ କଳିକେଶ


ବନ୍ଧକଟାର ପୁନଃରୁଦ୍ଧାରକାମ ଏକ ଐତିହାସିକ ପଦକ୍ଷେପ,ସହଯୋଗ କରିବାକୁ ନିବେଦନ ଐତିହାସିକପୁସ୍କରିଣୀଗୁଡିକ ସହିତ ବଲାଙ୍ଗୀରବାସୀଙ୍କ ଭାବଗତସମ୍ପର୍କ ରହିଛି-ବିଧାୟକ କଳିକେଶ


ବଲାଙ୍ଗିର, 02 ଜୁନ୍ (ହି.ସ.)

-ବଲାଙ୍ଗୀର ସହରରେ ରାଜୁଡା ଅମଳରୁ ରହିଆସିଥିବା ବନ୍ଧକଟାଗୁଡିକ ସହିତ ବଲାଙ୍ଗୀରବାସୀ ଓ ଆମପରିବାରର ଭାବଗତସଂମ୍ପର୍କ ରହିଆସିଛି । ଶହଶହ ବର୍ଷଧରି ଆମ ବାପଅଜାଠାରୁ ଆରମ୍ଭ ବଲାଙ୍ଗୀର ସହରବାସୀ ଏହାର ପାଣିକୁ ବ୍ୟବହାର କରିଆସୁଛନ୍ତି । ଏବେ କିଛିବର୍ଷ ହେଲା ବନ୍ଧଗୁଡିକର ପାଣି ବ୍ୟବହାର ଉପ ଯୋଗୀ ହୋଇନଥିଲା । ତେଣୁ ପୌରପାଳିକା ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ନିଆଯାଇ ଏହି ପୁସ୍କରିଣୀଗୁଡିକର ପୁନଃରୁଦ୍ଧାର କରାଯାଉଛି । ଏକାଥରକୁ ୧୧ଟି ବନ୍ଧର ପୁନଃରୁଦ୍ଧାର କରାଯାଉଛି । ଏହା ଫଳରେ ସହରରେ କିଛିମାତ୍ରାରେ ଜଳସଂକଟ ଦେଖାଦେଇଛି । ସେଥିପାଇଁ ପିଏଚବିଭାଗ ଓ ଅରଡବ୍ଲୁଏସଏସ ବିଭାଗ ସହିତ ପ୍ରାକପ୍ରସ୍ତୁତି କରାଯାଇଥିଲା । ଲୋକଙ୍କ ବ୍ୟବହାର ପାଇଁ ବିକଲ୍ପ ପାଣିବ୍ୟବସ୍ଥା କରାଯାଉଛି । ତେବେ ବହୁବର୍ଷ ପରେ ଯେହେତୁ ଏକ ବଡପଦକ୍ଷେପ ନିଆଯାଇଛି ସେଥିପାଇଁ ସହରବାସୀଙ୍କ ସହଯୋଗର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଆଜି ପୁସ୍କରିଣୀ ପୁନଃରୁଦ୍ଧାରକାମଗୁଡିକ ପରିଦର୍ଶନ କରି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ କହିଛନ୍ତି । ବଲାଙ୍ଗୀରବାସୀ ସହରରେ ଜଳସଂକଟଦୂର କରିବାକୁ ଏହି ପୁସ୍କରିଣୀଗୁଡିକୁ ପୁନଃରୁଦ୍ଧାର କରିବାକୁ ଦାବି କରିଆସୁଥିଲେ । ରାଜ୍ୟସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇ ଏହି ପ୍ରକଲ୍ପଗୁଡିକ ଅନୁମୋଦନ କରାଇ ଉନ୍ନୟନ କାମ କରାଯାଉଛି । ଯେଉଁମାନେ ଆଜି ଏହି ଉନ୍ନୟନକାମକୁ ସମାଲୋଚନା କରୁଛନ୍ତି ସେମାନେ ନକରାତ୍ମାକ ବିଚାର ଛାଡି ବିକାଶ କାମରେ ସହଯୋଗ କରନ୍ତୁ ବୋଲି ବିଧାୟକ ଆହ୍ୱାନ କରିଛନ୍ତି । ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କ ଆରୋପ ବିଷୟରେ ଗଣମାଧ୍ୟମର ପ୍ରଶ୍ନରେ ବିଧାୟକ କଳିକେଶ କହିଲେ ଯେ,ଶ୍ରୀ ମିଶ୍ର ବିଧାୟକ ଥିବା ବେଳେ କୌଣସି ଗୋଟିଏ ମଧ୍ୟ ବନ୍ଧର ପୁନଃରୁଦ୍ଧାର କରାଇ ପାରିଲେ ନାହିଁ । ଅନ୍ୟ ପକ୍ଷରେ ଲକ୍ଷ୍ମୀଯୋରନାଳରେ ଯୋଜନାହୀନ କାମ କରାଇ ୨୦କୋଟି ଟଙ୍କା ବରବାଦ କରାଇଲେ । ଏହା ବାଦ ଛତାମଖନାଠାରେ ହୋଇଥିବା ଆଇଏସଏସକାମରେ ଡିଜାଇନ ଚେଞ୍ଜ କରାଇ ବିପୁଳ ପରିମାଣରେ ହୋଇଥିବା ଦୁର୍ନିତୀର ଭିଜିଲାନ୍ସ ତଦନ୍ତ କରାଇବାର ନରସିଂହଙ୍କର ସତସାହସ ଅଛି କି ବୋଲି ବିଧାୟକ କଳିକେଶ ଓଲଟା ପ୍ରଶ୍ନ କରିଥିଲେ । ବିଧାୟକ ଶ୍ରୀ ସିଂଦେଓ ଆଜି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,କାଉନସିଲରଗଣ ଓ ଯନ୍ତ୍ରୀମାନଙ୍କୁ ସାଙ୍ଗରେ ନେଇ ପ୍ରଥମେ ବେହେରାପାଲିବନ୍ଧକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଚାଲିଥିବା ମାଟିକାମକୁ ଦେଖି ସନ୍ତୋଷବ୍ୟକ୍ତ କରିଥିଲେ । ଏହା ସହିତ ବେହେରପାଲି କାଉନସିଲର ପ୍ରେମଲତା ନାଏକ ଓ ଲୋକଙ୍କ ସହିତ ଆଲୋଚନା କରିଥିଲେ । ବନ୍ଧରଚାରିକଡେ ଥିବା ଆଡିରେ ମାଟିଭର୍ତ୍ତି କରାଯାଇ ଚୌଡାକରାଯଉଥିବା ଦେଖିଥିଲେ । ଏହା ସହିତ ବାହାର ଡ୍ରେନପାଣି ଯେଭଳି ବନ୍ଧକୁ ନପଶିବ ସେନେଇ ରେଳଲାଇନ ପଟକୁ ଏକ ବଡ ନାଳ କରାଯାଉଥିବା ଦେଖିଥିଲେ । ଏଣିକି ବନ୍ଧରେ ଆଉ ଡ୍ରେନପାଣି ମିଶିବ ନାହିଁ ଓ ବର୍ଷାପାଣି ସଂରକ୍ଷିତ ହୋଇ ସଫାରହିବ ବୋଲି ବିଧାୟକ ଗଣମାଧ୍ୟମକୁ କହିଥିଲେ । ଏହାପରେ ଐତିହାସିକ କରଙ୍ଗାକଟା ବନ୍ଧ ପୁନଃରୁଦ୍ଧାର କାମ ପରିଦର୍ଶନ କରି ସ୍ଥାନୀୟ ବ୍ରାହ୍ମଣପଡାର ଡ.ଶିବପ୍ରସାଦ ନନ୍ଦ,ଡ.ରାଜକୁମାର ହୋତା(ବାବୁଲା),ବରିଷ୍ଠନାଗରିକ ନବକୃଷ୍ଣ ସାହୁ,ସ୍ଥାନୀୟ କାଉନସିଲର ନନ୍ଦିନୀ ପୋଢ ଓ ଅନ୍ୟାନ୍ୟ ଲୋକଙ୍କ ସହିତ ଆଲୋଚନାକରିଥିଲେ । ଠିକ ସେହିପରି ତାଲପାଲିବନ୍ଧରେ ବିଜେଡିଦଳର ଧୃବ ଜୁଏଡ,ଚନ୍ଦ୍ରମଣୀ ତ୍ରୀପାଠୀ,କାଉନସିଲର ଅରବିନ୍ଦ ପରୁଆ ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ/ମହିଳା ଉପସ୍ଥିତ ରହିଥିଲେ । କନ୍ଧପାଲିପଡା ବନ୍ଧରେ ବରିଷ୍ଠନେତା ଅଜୟ ଦାସ,କାଉନସିଲର ସରିତା ଦାସ ଓ ଲର୍କିପାଲିବନ୍ଧରେ ନରହରି ରାଉତ,କାଉନସିଲର ସଂସ୍ମିତା ନନ୍ଦ,କନିଷ୍ଠଯନ୍ତ୍ରୀ ଇଂ.ସଂଜୟ ମହାନ୍ତି,ଇଂ.ବସନ୍ତ ନାଏକ,ଇଂ.ରାମା ଖିଲା ପ୍ରମୁଖ ଉପସ୍ଥିତ ରହି ବନ୍ଧପୁନଃରୁଦ୍ଧାର କାମ ବିଷୟରେ ଆଲୋଚନା କରିଥିଲେ । ଆଜି ବିଧାୟକଙ୍କ ଏହି ଗସ୍ତସମୟରେ କାଉନସିଲର ଗଙ୍ଗାଧର ଚାନ୍ଦ,ମୁନା ଖାନ,ଶମ୍ଭୁ ନାଗ,ଶତ୍ରୁଘ୍ନ ବାଗ, ସନ୍ତୋଷ ଦନ୍ତା, ସଚୀନ ନନ୍ଦ,ସୁମନ ନନ୍ଦ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟନେତାଗଣ ଉପସ୍ଥିତ ରହିଥିଲେ । ପରେ ସାର୍କିଟହାଉସଠାରେ ଆୟୋଜିତ ସମୀକ୍ଷାବୈଠକରେ ପୌରନିର୍ବାହୀଅଧିକାରୀ ସନ୍ତୋଷକୁମାର ବେହେରା,ପୌରଯନ୍ତ୍ରୀ ଇଂ.କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଙ୍କ ସହିତ ଆଲୋଚନା କରି ନିର୍ଦ୍ଧାରିତ ସମୟରେ ବନ୍ଧକଟାର ପୁନଃରୁଦ୍ଧାର କାମ ସାରିବାକୁ ନିର୍ଦ୍ଦେଶ କରିଥିଲେ ।

-

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande