ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଏବଂ ପରିମଳ ଟିମ୍ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ସମ୍ବଲପୁର, ୦୨, ଜୁନ୍ (ହି.ସ.)

ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଏବଂ ପରିମଳ ଟିମ୍ ପକ୍ଷରୁ ଆଜି ଜିଲ୍ଲା ସ୍କୁଲ ଛକରୁ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ମିଳିତ ଉଚ୍ଛେଦ ଓ ନାଳ ସଫେଇ ଅଭିଯାନ ଚଲାଯାଇଥିଲା। ଦୀର୍ଘ ଦିନ ଧରି ଦୋକାନୀମାନଙ୍କ ଦ୍ୱାରା ରାସ୍ତା ଓ ନାଳ ଉପରେ ହୋଇଥିବା ଅବୈଧ ଅତିକ୍ରମଣ ଯୋଗୁଁ ମୁଖ୍ୟ ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇପଡ଼ିଥିଲା, ଫଳରେ ଯାନବାହନ ଚଳାଚଳରେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଥିଲା। ଏହା ସହିତ ଅତିକ୍ରମଣ ଯୋଗୁଁ ପରିମଳ କର୍ମଚାରୀମାନଙ୍କ ପାଇଁ ନାଳ ସଫେଇ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଫଳସ୍ୱରୂପ ବିଭିନ୍ନ ସ୍ଥାନରେ ନାଳଗୁଡ଼ିକ ଜାମ୍ ହୋଇ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିଲା ଏବଂ ବର୍ଷା ଜଳ ଓ ନାଳ ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିଲା। ଏହି ସମସ୍ୟା ନେଇ ଜନସାଧାରଣଙ୍କ ଠାରୁ ବହୁ ଅଭିଯୋଗ ମିଳୁଥିଲା। ଆଜିର ଅଭିଯାନରେ ଅତିକ୍ରମଣ ହଟାଇବା ସହିତ ନାଳଗୁଡ଼ିକର ବ୍ୟାପକ ପଙ୍କୋଦ୍ଧାର ଓ ସଫେଇ କାର୍ଯ୍ୟ କରାଯାଇଥିଲା। ଏହାଦ୍ୱାରା ରାସ୍ତାର ପ୍ରଶସ୍ତତା ପୁନରୁଦ୍ଧାର ହେବା ସହ ଯାନବାହନ ଚଳାଚଳ ସୁଗମ ହେବ ଏବଂ ବର୍ଷା ଋତୁରେ ଜଳାବଦ୍ଧତା ସମସ୍ୟାର ମଧ୍ୟ ସ୍ଥାୟୀ ସମାଧାନ ହେବ ବୋଲି ଆଶା କରାଯାଉଛି। ମହାନଗର ନିଗମ ପକ୍ଷରୁ ସମସ୍ତ ଦୋକାନୀ ଓ ନାଗରିକମାନଙ୍କୁ ସର୍ବସାଧାରଣ ରାସ୍ତା ଓ ନାଳ ଉପରେ ଅତିକ୍ରମଣ ନ କରିବାକୁ ଏବଂ ସହରର ସ୍ୱଚ୍ଛତା ଓ ସୁବ୍ୟବସ୍ଥା ବଜାୟ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande