ପିଲାଚୋରି ଉଦ୍ୟମ ଗୁଜବ : ଥାନାରେ ମାମଲା ରୁଜୁ ହୋଇନଥିବା ସ୍ପଷ୍ଟ କଲେ ସଦର ଆଇଆଇସି
ଜୟପୁର, ୦୨ ଜୁନ୍ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଟାଙ୍କୁଆ ଅଂଚଳରେ ଗତକାଲି ଦିନ ଦ୍ୱିପ୍ରହରରେ ଜଣେ ଶିଶୁକୁ ବସ୍ତାରେ ଭର୍ତି କରି ଚୋରି କରାଯାଉଥିବା ନେଇ ପ୍ରଚାରିତ ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସଦର ଥାନାରେ କୌଣସି ମାମଲା ରୁଜୁ କରାଯାଇ ନଥିବା ସଦର ଥାନା ଅଧି
ପିଲାଚୋରି ଉଦ୍ୟମ ଗୁଜବ ଥାନାରେ ମାମଲା ରୁଜୁ ହୋଇନଥିବା ସ୍ପଷ୍ଟ କଲେ ସଦର ଆଇଆଇସି


ଜୟପୁର, ୦୨ ଜୁନ୍ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଟାଙ୍କୁଆ ଅଂଚଳରେ ଗତକାଲି ଦିନ ଦ୍ୱିପ୍ରହରରେ ଜଣେ ଶିଶୁକୁ ବସ୍ତାରେ ଭର୍ତି କରି ଚୋରି କରାଯାଉଥିବା ନେଇ ପ୍ରଚାରିତ ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସଦର ଥାନାରେ କୌଣସି ମାମଲା ରୁଜୁ କରାଯାଇ ନଥିବା ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଟାଙ୍କୁଆ ଅଂଚଳର ଜଣେ ବ୍ୟକ୍ତି ତାଙ୍କ ଶିଶୁକୁ ଚୋରି ଉଦ୍ୟମ କରାଯାଉଥିବା ନେଇ ଏକ ଲିଖିତ ଅଭିଯୋଗ ଧରି ସଦର ଥାନାକୁ ଆସିଥିଲେ। ପୁଲିସ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଶିଶୁର ବାପାଙ୍କୁ ପଚରାଉଚୁରା କରିବା ସହ ଘଟଣାର ସରଜମିନ ତଦନ୍ତ ପାଇଁ ଗାଁକୁ ଯିବାକୁ ପ୍ରସ୍ତୁତ ହୋଇଥିଲା। ମାତ୍ର ଏହି ସମୟରେ ପୁଲିସ ଗାଁକୁ ଯିବା ପାଇଁ ଶିଶୁର ବାପା ସିଧାସଳଖ ମନା କରିଦେଇଥିଲେ। ଏପରିକି ପିଲା ସହ କଥା ହେଲେ ହିଁ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ କହିବା ସତ୍ୱେ ସେ ଏଥିରେ ସହଯୋଗ କରିନଥିଲେ। ଶେଷରେ ଶିଶୁର ବାପା ପ୍ରକୃତ କଥା ସ୍ୱୀକାର କରି କହିଥିଲେ ଯେ, ଟାଙ୍କୁଆ ଅଂଚଳରେ ପୁଲିସ ପେଟ୍ରୋଲିଂ ଗାଡ଼ି ଆସୁ ନଥିବାରୁ ସେଠାରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସେ ଏଭଳି ଏକ କାହାଣୀ ରଚିଥିଲେ। ଅପରପକ୍ଷେ, ପୁଲିସ ଏନେଇ ସ୍ଥାନୀୟ କିଛି ଗ୍ରାମବାସୀଙ୍କ ପ୍ରତିକ୍ରିୟା ନେଇଥିବା ବେଳେ ଗ୍ରାମରେ ଏଭଳି କୌଣସି ପିଲାଚୋରି ଉଦ୍ୟମ ଘଟଣା ଘଟିନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande