ଭାରତୀୟ ମହିଳା ହକି ଦଳର ଟାଇଟଲ୍ ବିଜୟ ଉପରେ ପ୍ରଧାନମନ୍ତ୍ରୀ କହିଲେ ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ
ନୂଆଦିଲ୍ଲୀ, ୨୧ ଜୁନ୍(ହି.ସ.) – ଏଫ୍.ଆଇ.ଏଚ୍. ମହିଳା ହକି ନେସନ୍ସ କପ୍ ଟାଇଟଲ୍ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରି ସେ କହିଛନ୍ତି ଯେ ଭାରତୀୟ ମହିଳା ହକି ଦଳ ସମଗ୍ର ଟୁର୍ଣ୍ଣାମେଂଟରେ ଅସାଧାରଣ
ଭାରତୀୟ ମହିଳା ହକି ଦଳର ଟାଇଟଲ୍ ବିଜୟ ଉପରେ ପ୍ରଧାନମନ୍ତ୍ରୀ କହିଲେ ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ


ନୂଆଦିଲ୍ଲୀ, ୨୧ ଜୁନ୍(ହି.ସ.) – ଏଫ୍.ଆଇ.ଏଚ୍. ମହିଳା ହକି ନେସନ୍ସ କପ୍ ଟାଇଟଲ୍ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରି ସେ କହିଛନ୍ତି ଯେ ଭାରତୀୟ ମହିଳା ହକି ଦଳ ସମଗ୍ର ଟୁର୍ଣ୍ଣାମେଂଟରେ ଅସାଧାରଣ ଖେଳ ପ୍ରଦର୍ଶନ କରିଛି ଏବଂ ଏହି ଐତିହାସିକ ବିଜୟ ଦେଶର ଅନ୍ୟ ଯୁବକମାନଙ୍କୁ ହକି ଖେଳିବାକୁ ପ୍ରେରଣା ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ଅଭିନନ୍ଦନ ବାର୍ତାରେ ଲେଖିଛନ୍ତି ଯେ ଭାରତୀୟ ହକି ଖେଳାଳିମାନେ ଦେଶକୁ ଗର୍ବ ଏବଂ ଖୁସି ଆଣିଛନ୍ତି। ଏଫ୍.ଆଇ.ଏଚ୍. ହକି ମହିଳା ନେସନ୍ସ କପ୍ରେ ବିଜୟୀ ହୋଇଥିବାରୁ ମହିଳା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ। ସମଗ୍ର ଟୁର୍ଣ୍ଣାମେଂଟରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ସେ ଦଳକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଶା କରିଥିଲେ ଯେ ଏହି ବିଜୟ ଅନ୍ୟ ଅନେକଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande