ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଜଳନ୍ଧରରେ ପହଂଚିଲେ
ଜଳନ୍ଧର, ୨୧ ଜୁନ୍ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଶନିବାର ବିଳମ୍ବିତ ରାତିରେ ରାତି ପ୍ରାୟ ୧୦ଟା ବେଳେ ଜଳନ୍ଧରରେ ପହଂଚିଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ବିଜେପି କର୍ମୀ ଓ ନେତାମାନେ ଭବ୍ୟ ସ୍ୱାଗତ କରିଥିଲେ । ଶ୍ରୀରାମ ଚୌକ (କମ୍ପାନୀ ବାଗ)ରୁ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଜଳନ୍ଧରରେ ପହଂଚିଲେ


ଜଳନ୍ଧର, ୨୧ ଜୁନ୍ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଶନିବାର ବିଳମ୍ବିତ ରାତିରେ ରାତି ପ୍ରାୟ ୧୦ଟା ବେଳେ ଜଳନ୍ଧରରେ ପହଂଚିଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ବିଜେପି କର୍ମୀ ଓ ନେତାମାନେ ଭବ୍ୟ ସ୍ୱାଗତ କରିଥିଲେ । ଶ୍ରୀରାମ ଚୌକ (କମ୍ପାନୀ ବାଗ)ରୁ ଭଗବାନ ବାଲ୍ମିକୀ ଚୌକ ପର୍ଯ୍ୟନ୍ତ ଏକ ଭବ୍ୟ ରୋଡ ସୋ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଏବଂ ସମର୍ଥକ ଯୋଗ ଦେଇଥିଲେ ।

ରୋଡ୍ ସୋ ସମୟରେ ବିଭିନ୍ନ ସ୍ଥାନରେ ଫୁଲ ବର୍ଷା କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୋଆବା ଅଂଚଳର ବରିଷ୍ଠ ନେତା, ଜିଲ୍ଲା ଏବଂ ମଣ୍ଡଳ ସ୍ତରୀୟ ପଦାଧିକାରୀଙ୍କ ସମେତ ବହୁ ସଂଖ୍ୟକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ନୀତିନ ନବୀନ କହିଥିଲେ ଯେ, ପଞ୍ଜାବ ସର୍ବଦା ସାହସୀମାନଙ୍କ ଭୂମି ହୋଇ ରହିଛି ଏବଂ ରାଜ୍ୟ କେବେ କାହା ଆଗରେ ମୁଣ୍ଡ ନୁଆଁଇବାକୁ ଶିଖିନାହିଁ । ସେ କହିଥିଲେ ଯେ, ଭାରତୀୟ ଜନତା ପାର୍ଟିର ପଦ୍ମ ଆଗାମୀ ସମୟରେ ପଞ୍ଜାବରେ ପ୍ରସ୍ଫୁଟିତ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande